ଛନ୍ଦମୟ ଏ ଜୀବନ
ଛନ୍ଦମୟ ଏ ଜୀବନ
ଛନ୍ଦମୟ ଏ ଜୀବନ
ମଶି ରହିଲେ ସାମାଜର ଲୋକଙ୍କ ଭିତରେ
ଆନନ୍ଦ ମିଳେ ସତ୍ୟ ସୁନ୍ଦର ଶିଶୁର ହସରେ
ଛନ୍ଦମୟ ଏ ଜୀବନ
କିଶୋର କିଶୋରୀ ମଧ୍ୟରେ ବାର୍ତ୍ତାଳପରେ
ପ୍ରେୟସୀର ସପନରେ ଓ ପ୍ରେମିକର ଲଗନରେ.
ଛନ୍ଦମୟ ଏ ଜୀବନ
ନର ପାଇଁ ନାରୀ ଓ ନାରୀ ପାଇଁ ନରର ପ୍ରୀତିରେ
ଜୀବନର ପ୍ରତି ଛନ୍ଦେ ରହେ ଯଦି ବାର୍ଦ୍ଧକ୍ୟତାରେ.
ଛନ୍ଦମୟ ଏ ଜୀବନ
ଅପରାହ୍ନ ପର୍ଯ୍ୟନ୍ତ କଟେ ଯଦି ବାଦ୍ଯର ସୁରତାଳରେ
ମନରେ ମତିରେ ନିବିଡ଼ ସମ୍ପର୍କର ସେତୁ ବନ୍ଧରେ.
ଛନ୍ଦମୟ ଏ ଜୀବନ
କେତେବେଳେ ବଜାଏ ବେସୁରା ରାଗିଣୀ
ସେଥିରେ ମନ ହଜିଯାଏ ସେ ଅକାତ ପାଣି.
ଛନ୍ଦମୟ ଏ ଜୀବନ
ଜୀବନରେ ଥିବା ପ୍ରତ୍ୟେକ ଅବସ୍ଥା ଓ ମୁହୁର୍ତ୍ତ
ବିଭିନ୍ନ ଅଲୌକିକ ଓ ଅଦେଖା ଛନ୍ଦରେ ବିରାଜିତ.
ଛନ୍ଦମୟ ଏ ଜୀବନ
ସୁଖ ଦୁଃଖ ଭରା ସ୍ମୃତି ଭିତରେ
ନୀରବ ଦ୍ରଷ୍ଟା ସାଜେ ଦେଖି ଆଖିରେ.
ଛନ୍ଦମୟ ଏ ଜୀବନ
ନିଃଶବ୍ଦରେ ପାଇବ ଶବ୍ଦମୟ ସୁର
ହୃଦୟ ଅଧୀର ହୁଏ ପାଇ ସେ ମହକର.
ଛନ୍ଦମୟ ଏ ଜୀବନ
ପ୍ରେମ ସର୍ବଦା ଶାଶ୍ୱତ ଓ ଚିରନ୍ତନ
ପାଇବନି ତା ସଂଜ୍ଞା କଟିଯିବ ଜୀବନ.
ଛନ୍ଦମୟ ଏ ଜୀବନ
ପ୍ରେମିକା ପାଇଁ ପ୍ରେମିକ ପାଶେ ଯଦି ଥିବ
ଶକ୍ତି ଦିଏ ଜୀବନ ସ୍ରୋତକୁ ମରଣ ବି ହାରିଯିବ.
ଛନ୍ଦମୟ ଏ ଜୀବନ
ଯୁଗେ ଯୁଗେ ମଣିଷର ନିଜ ଅନ୍ତଃସ୍ୱର
ଯୋଗାଏ ସତ୍ ଜ୍ଞାନ ପ୍ରାଣସ୍ପର୍ଶୀ ଇସ୍ତାହାର.
ଛନ୍ଦମୟ ଏ ଜୀବନ
ହୃଦୟର ଆବେଗରୁ ସୃଷ୍ଟ ପ୍ରେମର ସମ୍ଭାର
ତୋଳିଥାଏ ଭାବମୟ ଓ ତନ୍ମୟମୟ ଝଙ୍କାର.

