ଛନ୍ଦକ (ଗୌତମଙ୍କ ରାଜ ପ୍ରସାଦ ପରିତ୍ୟାଗ)
ଛନ୍ଦକ (ଗୌତମଙ୍କ ରାଜ ପ୍ରସାଦ ପରିତ୍ୟାଗ)
ନବର ବାହାରେ ଶାକ୍ୟସିଂହ ଦିନେ
ଆନନ୍ଦେ ଭ୍ରମଣ କରି l
ଫେରି ଆସି ଥିଲେ କଣ୍ଠକ ଘୋଟକେ
ଛନ୍ଦକଙ୍କୁ ସାଥେ ଧରି ll
ଏକ ଶବ ଯାତ୍ରା, ଏକ ରୁଗ୍ଣ ବ୍ୟକ୍ତି
ଏକ ସନ୍ୟାସୀ ଦର୍ଶନେ l
ଗଉତମ ଆଜି ସଂସାର ତେଜିବେ
ବୈରାଗ୍ୟ ଜାଗିଛି ମନେ ll
ଯୁବରାଜଙ୍କର ଆଦେଶ ଛନ୍ଦକ ନ
କର ଏହା ପ୍ରକାଶ l
ପାଦେ ଭ୍ରମି ରାଜ ପ୍ରାସାଦେ ଛନ୍ଦକ
ଖୋଜୁଥାଏ ଅବକାଶ ll
ଛିଡ଼ି ପଡୁ଼ଅଛି ମସ୍ତକରେ ବଜ୍ର ହୃଦେ
ଚାପି କୋହ ଦୁଃଖ l
କୁମାର ନିକଟେ ଶପଥ କରିଛି
ଫିଟାଇବ ନାହିଁ ମୁଖ ll
ରାଜପୁରେ କାରେ ଗୋଚର ନ ଥାଏ
ଏକା ସେ ଛନ୍ଦକ ବିନା l
କାଲି ପ୍ରଭାତରେ ଏ ଐଶ୍ଵର୍ଯ୍ୟ ପୁରୀ
ଦିପ୍ତୀହୀନ ହେବ ସିନା ll
କନକ ପ୍ରତିମା ପ୍ରୀତିର ପସରା
ଯଶୋଧାରା ରାଜ ରାଣୀ l
ବିରହ ବିଧୁରା ଲବଣୀ ପିତୁଳା
ବଞ୍ଚିବେ କି ଏହା ଜାଣି ?
ଯେତେ ପ୍ରବୋଧିଲେ ଛନ୍ଦକ କୁମାରେ
ବଦଳି ନ ପାରେ ମନ l
ରାଣୀ, ପୁତ୍ର,ରାଜପ୍ରାସାଦ ଭୋଗର
କାଟିବେ ମାୟା ବନ୍ଧନ ll
ଛନ୍ଦକ ବିଚାରେ ଯାହା ହେଉ ପଛେ
ଏଡ଼ି ମୋ ଶପଥ ବ୍ରତ l
ପାପ ହେଉ ପଛେ ରାଜା ରାଣୀ ପାଶେ
ଫେଡ଼ିବି ଗୋପନ ସତ ll
ଏମନ୍ତ ବିଚାରି ଆଗକୁ ଛନ୍ଦକ
ଯହୁଁ ପାଦ ବଢ଼ାଇଲେ l
ଆଶ୍ଚର୍ଯ୍ୟରେ ଶୁଣି ଶୂନ୍ୟବାଣୀ ଏକ
ତହୁଁ ଚମକି ଉଠିଲେ ll
ସେହି ଶୂନ୍ୟ ବାଣୀ କେହି ନ ଶୁଣିଲେ
ଏକା ପ୍ରଭୁ ଭୃତ୍ୟ ବିନା l
ଯୁଗେ ଯୁଗେ ପ୍ରଭୁ ଅବତରି ଥାନ୍ତି
ଜଗତ କଲ୍ୟାଣେ ସିନା ll
ନୁହେଁ ଏ ମନୁଷ୍ୟ ସାଧାରଣ ସିଏ
ଦେବତାଙ୍କ ଅବତାର l
ଈଶ୍ୱରଙ୍କ ଇଚ୍ଛା ବାରଣ କରିବା
ଶକତି ଅଛି କାହାର ll
ଶୁଣି ଦୈବ ବାଣୀ ଲୁହ ପୋଛି ଧୀରେ
ଦୃଢ଼ କରିନେଲେ ଛାତି l
ତାରକିତ ନଭ ଘୋର ଅନ୍ଧକାର ମାଡ଼ି
ଆସୁଥିଲା ରାତି ll
ରାତି ହେଉଥାଏ ନୀରବ ନିସ୍ତବ୍ଦ ଧରି
ଭୀତ କୃଷ୍ଣ ବେଶ l
ରାହୁଳ ସହିତେ ଯଶୋଧାରା ସୁପ୍ତ
ଶୋଭୁଥିଲା ଚାରୁକେଶ ll
ବିବିଧ ଭୂଷଣେ ସାଜିଥିଲେ ଦେବୀ
ଅଭିସାରିକା ସୁନ୍ଦରୀ l
ନାହିଁ ରୂପବତୀ ତା ସଙ୍ଗେ ତୁଳନା
ସେ ପରା ଲାବଣ୍ୟ ଝରି ll
ଯଶୋଧାରା ଶିଶୁ ପୁତ୍ରେ ଥରେ ଥରେ
ଦେଉଥିଲେ ପ୍ରଭୁ ଦୃଷ୍ଟି l
ଦୟାମୟଙ୍କର ଅଦ୍ଭୁତ ଭିଆଣ ଅଦ୍ଭୁତ
ଏ ମାୟା ସୃଷ୍ଟି ll
ପାଦ ଚିପି ଚିପି ବାହାରେ ଛନ୍ଦକ
କରୁଥାଏ ବିଚରଣ l
ଗୁଣଗ୍ରାହୀ ହୟ କାହାକୁ ନିରେଖି
ଲୋତକ କରେ ବର୍ଷଣ ll
ଧନ୍ୟ ହୋଇଯିବ ଜନମ ତାହାର
ପ୍ରଭୁଙ୍କୁ ପୃଷ୍ଠେ ବସାଇ l
ପଶୁ ଜନମରୁ ମୁକତି ଲଭିବ
ପ୍ରଭୁଙ୍କ ପରଶ ପାଇ ll
ଘନୁ ଘନ ଖର ନିଶ୍ୱାସ ବହିଲା ଛିଣ୍ଡି
ଗଲା ମାୟା ଗଣ୍ଠି l
ପିତା ମାତା ଜାୟା ତନୟର ମାୟା
ଘୋଟକ ଚାଲିଲା ଛୁଟି ll
ପ୍ରଭାତେ କପିଳ-ବସ୍ତୁକୁ ଛନ୍ଦକ
ଘୋଟକ ଆଣିଲେ ଖାଲି l
ଦିବ୍ୟ ଆଲୋକର ସନ୍ଧାନେ ଗୌତମ
କେଉଁ ଆଡ଼େ ଗଲେ ଚାଲି ll
କୂଛ୍ର ସାଧନା କରି ସେ ନିର୍ଜନେ
କାଳେ ଲଭି ଦିବ୍ୟ ଜ୍ଞାନ l
ଶାକ୍ୟ ମୁନି ସେ ଭଗବାନ ବୁଦ୍ଧ
ସଂସାର କଲେ ପାବନ ll
ଯାର ଅବତାର ଏ ସାରା ସଂସାର
ପୂତ ପବିତ୍ର ଅର୍ଥରେ l
ତାକୁ କିବା ଛାର ମାୟା ଓ ମମତା
ବନ୍ଧନେ ରଖି ପାରେ ?