ଛନ୍ଦହୀନ ଜୀବନ
ଛନ୍ଦହୀନ ଜୀବନ


ରାତି ବିନା ଆସିବକି ସପନ,
ବିନା ସପନରେ ସେ କି ଜୀବନ .
ପ୍ରତୀକ୍ଷଣେ ଚାଲେ ଏଠି ,
ଛକା ପଞ୍ଝାରେ ଦୁଇ ଦିନର ଅମୂଲ୍ୟ ଜୀବନ ।
ସୁର ବିନା ଅସହାୟ ସଙ୍ଗୀତ,
ସାଧନା ବିନା ପାଏକି ଗାୟକ ମହତ୍ତ୍ୱ.
ତଥାପି ସମସ୍ତେ ଏଠି ସଂଘର୍ଷରତ,
ପାଇବାକୁ ସଫଳତାର ଗୋଟେ ଦସ୍ତଖତ ।
ଦୁଃଖ ବିନା ସୁଖୀର ସଂସାର,
ପାଏନି କେବେ ସ୍ୱାଦ ବିଭିଦତାର .
ସେ କେମିତି ବୁଝିବ ଦୁଃଖ,
ରାସ୍ତାକଡ଼ ଫୁଟପାଥରେ ରହୁଥିବା ଲୋକର ।
ବିଶ୍ୱାସ ବିନା ଈଶ୍ୱର ଭକ୍ତି,
ସମସ୍ତେ ପାଆନ୍ତି କଣ ଐଶ୍ୱରୀକ ଶକ୍ତି.
ପାପ କାର୍ଯ୍ୟରେ ସଦା ହେଲେ ଲିପ୍ତ,
ସହଜେ ମିଳବକି କେବେ ଏ କଷ୍ଟରୁ ମୁକ୍ତି ।
ଛନ୍ଦ ହୀନ ଜୀବନ,
ପ୍ରିୟା ବିନା ମୋ ମନ .
ତା ଲାଗି ଉଦାଶ ଉଦାଶ ଜହ୍ନ,
ନୀଳ କଇଁ ଲାଗି କୋଉଠୁ ଆଣିବ ପାରିଜାତ ବନ ।