STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଛନ୍ଦହୀନ ଜୀବନ

ଛନ୍ଦହୀନ ଜୀବନ

1 min
276


ଛନ୍ଦହୀନ ଜୀବନ

ଗନ୍ଧହୀନ ଫଗୁଣ

ଛାତିତଳେ ଝରିଯାଏ କୋହଭିଜା ଶ୍ରାବଣ। 


ପଥହୁଡ଼ା ସଂସାର

ଦିଶାହୀନ ଶୃଙ୍ଗାର

ଆତ୍ମୀୟତା ନାମେ ଆଜି ଚାଲେ କଳାବଜାର।


ଭାବହୀନ ସ୍ଵଭାବ

ସବୁଥାଇ ଅଭାବ

ହଜିଯାଏ ଜୀବନରେ ସମ୍ପର୍କର ପ୍ରଭାବ। 


ପ୍ରାଣହୀନ ସ୍ପନ୍ଦନ

ପ୍ରୀତିହୀନ ବନ୍ଧନ

ବୋଝ ପରି ଲାଗେ ଆଜି ନିସଙ୍ଗ ଏ ଜୀବନ।


ଋତୁ ହଜେ ଦିଗନ୍ତେ

ରଙ୍ଗ ହଜେ ପଣତେ

ମୁଖାଖୋଲି ଦେଲେ ହସି ନ ଯାଏ କେ ପରତେ।


ଛନ୍ଦହୀନ ଜୀବନ

ବାସହୀନ ପ୍ରସୂନ

ଖୋଜେ ମୁଁ ଆତୁରେ ଆଜି ସେ ନିରୁଦ୍ଦିଷ୍ଟ ଜୀବନ।



Rate this content
Log in

Similar oriya poem from Abstract