ଛମ ଛମ ବର୍ଷା
ଛମ ଛମ ବର୍ଷା
ବର୍ଷାର ପାଦ ଆଜି ବାଜେ ଛମ ଛମ
ବାଦଳ ଉହାଡୁ ମେଘ ଝାଳ ଗମ ଗମ
ଘଡ଼ଘଡ଼ି ବାଜା ବଜାଏ ଡମ ଡମ ଡମ
ଚଡଚଡି ରହି ରହି କାନେ ଝମ ଝାମ
ବିଜୁଳି କନ୍ୟା ନାଚେ ଥମ ଥମ ଥମ
ମେଘ ସଵାରୀରେ ବର୍ଷା ନାଚେ ଛମଛମ
ବର୍ଷା ଟୋପି ପଡେ ଉଛୁଳି ମୟୁର ଛମଛମ
ବେଙ୍ଗ ରଡି ନଈବଢି ଆଣେ ଶୂନଶାନ
ଫୁଲେଇ ନହୁଲି ଚାଲି ରୁମଝୁମ ରୁମଝୁମ
ଆକାଶୁ ଝରାଇ ମେଘ ଜହ୍ନ ତୁନିତାନ
ବର୍ଷା ନାଚେ ଉଲ୍ଲାସେ ଗଗନ ପବନ
ଚଷାଭାଇ ହଳଧରି ଯାଏ ଦୁମ ଦାମ
ବେଉଷଣ ବିଲରୁଆ ଘାସ ବଛା ଧୁମଧାମ
ବର୍ଷା ନାଚେ ମନ ମୟୂରୀ ସାଥେ ଛମଛମ
ଦୂର ତାଳ ବଣେ ଶୁଭେ ରାମ ନାମ ରାମ ନାମ
ବର୍ଷା ଆଗମନୀରେ ଧରାରେ ଗୁଳ୍ମ ନିଏ ଜନ୍ମ
ଛାତିଶ ପାଟ ବେଶ ଭୋଗ ଜଗନ୍ନାଥ ଧାମ
ବର୍ଷା ହୁଏ ମେଘ ପାଉଁଜି ଶବ୍ଦ ନାଚେ ଛମଛମ ।।