STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ଛଳନାର ଅପୂର୍ବ ରୂପ

ଛଳନାର ଅପୂର୍ବ ରୂପ

1 min
188


ଛଳନାର ରୂପ ଅତି ଭୟଙ୍କର

ଚାଲୁ ଅଛି ଦେଶ ମଧ୍ୟେ୍

ସବୁ ସ୍ଥାନେ ଆଜି ରୁକୁଛି ବିକାଶ

ନିଜ କାମନାର ମଧ୍ୟେ୍।୧।

କରୁଛି ଛଳନା ନେତା ଦେଶ ମଧ୍ୟେ୍

ସତ୍ତା ପାଇବାର ପାଇଁ

କରେ ଅଭିନୟ ବିଭିନ୍ନ ପ୍ରକାର

ଲୋକଙ୍କୁ ଛଳିବା ପାଇଁ।୨।

କଳିଯୁଗ ଏହି କଳିର ତାଣ୍ଡବ

ପୁତ୍ର ଛଳେ ପିତା ଯହିଁ

ସ୍ତ୍ରୀ ଛଳେ ସ୍ବାମୀ ଅପୂର୍ବ ତାଣ୍ଡବ

ଯୁଗର ପ୍ରଭାବ ତହିଁ।୩।

ଛାତ୍ରଛାତ୍ରୀ ଛଳେ ଶିକ୍ଷକଙ୍କୁ ନିତ୍ୟେ

ସମୟ ପ୍ରଭାବ ଏହିଁ

ଚାଷୀ ନେତା ଛଳେ ଦେଶ ସରକାର

ଦେଶ ନେତା ହେବା ପାଇଁ

ଖାଇଣ ଦେଶର ରହିଣ ଦେଶରେ

ଛଳୁଛନ୍ତି ଦେଶ ନିତ୍ୟେ

ବିଦେଶୀ ଶତ୍ରୁଙ୍କୁ ସଙ୍ଗତେ ଘେନିଣ

ଅଭିନୟ ହୁଏ ନିତ୍ୟେ।୪।

ସବୁକ୍ଷେତ୍ର ଆଜି ଛଳନା ଚାଲିଛି

ଏହାତ ଦେଶ ଦୁର୍ଭାଗ୍ୟ

ଦୂର କର ପ୍ରଭୁ ଜଗତ ଠାକୁର

ହେଉଟି ଦେଶ ସୁଭାଗ୍ୟ।୫।

ଛଳନା ଛଳନା ଦେଶ ଅଭିଶାପ

କର ଦୂର ଦୟାମୟ

ଛଳ ଅଭିଶାପ ହଟୁ ଦେଶ ମଧ୍ୟୁ

ସତ୍ୟର ହେଉଟି ଜୟ।୬।

ଛଳନାଟି ନୁହେଁ ସମର୍ପଣ ଭାବ

ଆବିର୍ଭାବ ହେଉ ଦେଶେ

ସ୍ବାର୍ଥର କାମନା ବହିଷ୍କାର ହେଉ

ସମଭାବ ଜାଗୁ ଦେଶେ।୭।

ଛଳନାର ରୂପ ଅତି ଭୟଙ୍କର

ଚାଲୁଅଛି ଦେଶ ମଧ୍ୟେ୍

ସବୁ ସ୍ଥାନେ ଆଜି ରୁକୁଛି ବିକାଶ

ନିଜ କାମନାର ମଧ୍ୟେ୍।୮।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy