STORYMIRROR

Prafulla Chandra Mishra

Romance Classics

3  

Prafulla Chandra Mishra

Romance Classics

ଛଳନା ପ୍ରିୟ ଶ୍ରୀକୃଷ୍ଣ

ଛଳନା ପ୍ରିୟ ଶ୍ରୀକୃଷ୍ଣ

1 min
232


ବାତ୍ସଲ୍ୟ ପ୍ରେମ ରେ ଛଳ   ସତେ ଆହା କି ମଧୁର

ଗୋପରେ ନନ୍ଦ କହ୍ନାଇ   କେତେ ରଙ୍ଗ କେତେ ଖେଳ 

ଛଳନା କରନ୍ତି ନନ୍ଦର ଦୁଲାଳ,

କେତେ ପୂଣ୍ୟ ବତୀ ସତେ   ଯଶୋମତୀ କୋଳେ ତାର

କାହ୍ନା କଳା କଳେବର    କଥା ଦରୋଟି ମଧୁର   

ବାତ୍ସଲ୍ୟ ମମତା ପ୍ରେମେ କରେ ଛଳ,,


ଛଳ ଜାଣେନହିଁ   ନନ୍ଦର ସେ ରାଣୀ

ମାଟି ଖାଏ କାହ୍ନା   ପାଟିରେ ଦେଖଇ

ଚଉଦ ବ୍ରହ୍ମାଣ୍ଡ ଗ୍ରହ   ନକ୍ଷତ୍ର ଯେ ମାଳ ମାଳ ।।


ଯମୁନା ଜଳରେ କେଳି   କରିବାକୁ ବନମାଳୀ

ଦଦରା ନାବ ଟେ ନେଇ   ହାତରେ ଆହୁଲା ଧରି

ଛଳେ ନାଉରିଆ ବେଶ ଧରି ହରି,

ଘାଟରେ ଡଙ୍ଗା ଲଗାଇ  ଆସ ଆସ ଗୋପ ଗୋଇ

ମୁଁ ଯେ ନୂଆ ନାଉରିଆ  ରଖିଛି‌ ଡଙ୍ଗା ସଜାଇ

ପାରିକରିଦେବି ଯିବ ଗୋପଗୋଇ,,


ଯିବ ଗୋପ ହାଟ ପାରିହେଲେ ଘାଟ

ଜଣ ଜଣ କରି  କରି ଦେବି ପାରି

ଆସ ଆସ ଗୋପ ବାଳୀ  ଯିବ ପରା ଆରପାରି।।


ବୃଷଭାନୁ ଜେମା ଯେବେ  ବସିଗଲେ ଯାଇ ନାବେ

ଛଳିଆ ନଟ ନାଗର  ଖେଳ କରନ୍ତି କି ରଙ୍ଗେ  

ମଝି ନଈ ଟାରେ ଆହା କି ବିଭଙ୍ଗେ,

ନାବ କେଳୀ କଲେ କୃଷ୍ଣ  ଯମୁନା ରେ ରାଧା ସଙ୍ଗେ

ସରଗେ ଦେବୀ ଦେବତା   ରହି ପୁଷ୍ପ ବୃଷ୍ଟି କଲେ

କୂଳରେ ଦେଖନ୍ତି ଗୋପାଙ୍ଗନା ସର୍ବେ,,  

   

ପ୍ରେମ ଭରେ ଖରେ  ରାଧିକା ଶ୍ରୀଅଙ୍ଗେ 

କୃଷ୍ଣକଳା ରାଧା  ଗଉରାଙ୍ଗୀ ସଙ୍ଗେ

ନାବ କେଳୀ ଦେଖ ଦେଖ  ଅପୂର୍ବ ଲଗନ ଯୋଗେ ।।


ବାତ୍ସଲ୍ୟ ପ୍ରେମରେ ମଗ୍ନ   ବିଶ୍ଵରୂପ ଦରଶନ

କରି ନନ୍ଦରାଣୀ ଦେଖି   ହୋଇଗଲା ଚେତା ଶୂନ୍ୟ

ବାତ୍ସଲ୍ୟ ପ୍ରେମେ ୟେ ଚିତ୍ର ଅନୁପମ,

ରାଧାରାଣୀ କୃଷ୍ଣ ପ୍ରେମ  ନାବକେଳୀ ଯେ ଅନନ୍ୟ

ଚିତ୍ତ ଚୋର ନନ୍ଦ ବଳା  ଗୋପାଳ ମଧୁସୂଦନ

ଛଳନା ର ଛନ୍ଦେ ସେ ଜଗ ବନ୍ଦନ,,


କପଟ ନାଗର  ନବ ଜଳଧର

ଦ୍ଵାପର ଯୁଗରେ  ଛଳନାରେ ପ୍ରେମ

କରିଲେ କୃଷ୍ଣ ନାଗର  ଗୀତରେ କରିଲି ବର୍ଣ୍ଣନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance