ଛଳନା (୧୪)#ଅବଶିଷ୍ଟ ଗଣ୍ଠି #
ଛଳନା (୧୪)#ଅବଶିଷ୍ଟ ଗଣ୍ଠି #
ଅବଶିଷ୍ଟ ଗଣ୍ଠି ର ଆଉ ଆବଶ୍ୟକତା ନ ଥିଲା
ସଂପର୍କର ପେଡ଼ି ଫିଟି ଭୁଲୁଣ୍ଠିତ ହୋଇସାରିଥିଲା ,
ଦ୍ରୈ।ପଦୀର ଶାଢ଼ୀ ପରି, ସବୁ ଆତ୍ମୀୟତା,
ଜୁଆରିଆ ସେ ନଈରେ ଧୈର୍ଯ୍ୟ ଧରି
ଭାସି ହୁଅନ୍ତା ଆଉ କେତେ ଦିନ କହିଲ ?
ନଥିଲା ସେବେ ଦେହ ମନେ ସେଇ ଦାମ୍ଭିକତା
ଜୀବନ ର ଏ ଅସରନ୍ତି ଚଲା ପଥରେ
କି ଅଛି ଆଉ ଦୁଇ ହାତ ଥରେ ଟେକି ଦେଲା ପରେ !
ଲୁହ ଲହୁର ଲବଣାକ୍ତ ସମୁଦ୍ର ?
ମୁଁ ଜାଣିଛି ,ସଭିଏଁ ଜାଣିଛନ୍ତି
ଅଥଚ ମୁହଁ ଖୋଲି ମାନିବେନି କେହି ସତ
ସାକ୍ଷୀ ଖାଲି ଜହ୍ନ ଏବଂ ନକ୍ଷତ୍ର ,
ଦିନ ଦିନ ଛାତିରେ କୋହ ଆଖିରେ ଲୁହ
ଅସରନ୍ତି କ୍ଷୋଭ ନିଜ ପ୍ରତି
ସାଥିରେ ଗୁଡ଼ାଏ ଅପ୍ରାପ୍ତି ,
ତା ଠାରୁ କ'ଣ ଭଲ ନୁହେଁ ଛାଡି ଦେବା
ସେ ଛଳନାର ପ୍ରଜାପତି
ଜିଇଁବା ଜୀବନକୁ ନୂଆ କରି ନୀତି !