STORYMIRROR

ଅନିଲ କୁମାର ଲେଙ୍କା

Abstract Tragedy

3  

ଅନିଲ କୁମାର ଲେଙ୍କା

Abstract Tragedy

ଛଳନା-୧

ଛଳନା-୧

1 min
150


କାହିଁକି ପାଇଲି କାହାକୁ ବା ଭଲ

    ଏଇ ମୋର ଜୀବନରେ

ହୃଦୟକୁ ଆଜି ଭାଙ୍ଗି ଦେଲା ସିଏ

    ଛଳନା ଭରା ପ୍ରେମରେ ।।

ଦେଖିଥିଲି ମୁହିଁ କେତେ କ'ଣ ସ୍ବପ୍ନ

      ତାହାର ସେଇ ଆଖିରେ

ସାଥି କିଆଁ ମତେ ଚାଲିଗଲା ଛାଡ଼ି

      ଅଜଣା ଏକ ତିଥିରେ ।।

ଭାଙ୍ଗି ଗଲା ସବୁ ସ୍ବପ୍ନ ମୋର ଆଜି

      ଏଇ ଆଖି ପଲକରେ

ଲିଭିଗଲା ଯାହା ଆଶାଦୀପ ମୋର

    ଅଦିନ ମେଘ ଝଡ଼ରେ ।।

ଚୁପି ଚୁପି କାନ୍ଦେ ମୁହିଁ ନିରୋଳାରେ

     ଗହନ କାଳ ରାତିରେ

ପିଇ ଯାଏ ଓଠ ସବୁ ଲୁହ ମୋର

    ରାତିର ତପ୍ତ ଶେଯରେ ।।

ରାତି ସିନା ଓଦା ହୁଏ ଅନାସକ୍ତେ

      କାହା ସଜଳ ସ୍ମୃତିରେ

ପ୍ରେମ କିନ୍ତୁ ରହି ଯାଏ ଆକ୍ତା ମାକ୍ତା

     ଅଧୁରା ଆଶା ଗୀତିରେ ।।

ପ୍ରେମ ଫଗୁଣରେ ହସ ପରି ମନ

    ଦୁଃଖରେ ବି ହସିପାରେ

ସୁଖ, ସମ୍ବେଦନା, ପୀରତି, ଶକତି

   ଅନାୟସେ ଭୋଗିପାରେ ।।

ଛଳନାଟା ସତେ ତୀକ୍ଷ୍ଣ ଛୁରୀ ଧାର

    ଛାତିକୁ ସହଜେ ଚିରେ

ଚାହାଣୀରେ ଭରି କାହାଣୀ ପସରା

   ଜଳେଇ ଜଳେଇ ମାରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract