STORYMIRROR

MADHU MITA

Classics Inspirational

4  

MADHU MITA

Classics Inspirational

ଛଳିଆ

ଛଳିଆ

1 min
49

ଦାସିଆ ପରି ନଡ଼ିଆ ଦେଲି ମୁଁ

ହାତ ବଢ଼େଇ ତ ତୁ ନେଲୁନାହିଁ

କହରେ କାଳିଆ ଜଗତ ତା ହେଲେ

ଭାବ ବିନୋଦିଆ କୁହଇ କାହିଁ


କେତେ ଯତନରେ ଶାଗ ମୁଁ ରାନ୍ଧିଲି

ବିଦୁର ପରିକି ଭକ୍ତି ନ ଥିଲା

ତୁ ଆସିବୁ ବୋଲି ତୋ ବାଟକୁ ଚାହିଁ

ଉପସେ ସେଦିନ ରହିବାକୁ ହେଲା


ଭୋକ ବିକଳରେ ଆସିଲି ତୋ ଦ୍ୱାରୁ

ବନ୍ଧୁ ପରି ଥାଳ ଆଣିଲୁ ନାହିଁ

ତୋ ବଡ ଦେଉଳେ ମାଡ଼ ମୁଁ ଖାଇଲି

ତୋତେ ଟିକେ ଦେଖା କରିବି ବୋଲି


ରାସ୍ତାପରେ ଦେଖି ଏକୁଟିଆ ମୋତେ

ପାପୀଗଣ ଆସିଲାରୁ ଗୋଡ଼ାଇ

ଡାକିଲି ମାଧବ କରି ସଖୀ ଭାବ

ଆସିଲୁନି ନିଜେ ପିଟିଲି ମୂହିଁ


ମୃଗୁଣୀ ପରି ମୁଁ ବିପଦେ ପଡ଼ିଛି

ତୋତେ ଡାକିଲେ ତୁ ଶୁଣୁନୁ ଜମା

କହ ତୋତେ କହି ଭକତ ବତ୍ସଳ

କିପରି ମଣିବି ଦୟାଳୁ ମଣିମା


ବୁଲୁଛୁ ତୁ ନାଟ ଯାତରା ଲଗେଇ

ତାଲା ଦେଇ ଘରେ କାନ୍ଦେ ଭକତ

ଘୋର କଳିକାଳେ ଲୀଳା କାଳିଆର

ବୁଝିବାକୁ ନୁହେଁ ସମର୍ଥ ମୁଁ ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics