STORYMIRROR

Aishwarya Mishra

Crime Thriller

3  

Aishwarya Mishra

Crime Thriller

ଛଦ୍ମବେଶ

ଛଦ୍ମବେଶ

1 min
11.1K

ପାଗଳ ରୂପରେ ବୁଲୁଛି ମୁଁ ଆଜି

ରଖୁଛି ସବୁ ତଥ୍ୟ, ଖବର

ଗୁଇନ୍ଦା ବିଭାଗର ସଜାଗ ପ୍ରହରୀ

ବଦଳାଏ ବେଶ ବାରମ୍ବାର


ଗାଡ଼ିର ମାଲିକ ଅଟେ ବିତ୍ତଶାଳୀ 

ଦିଏନା ସହଜେ ଧରା 

ଛଦ୍ମବେଶେ ଆଜି ରଖୁଛି ନଜର

ମାନେନା ମୁଁ ଛାଇ ଖରା


ଦିନେ ନା ଦିନେ ତ ଖୋଲିଯିବ ତା'ର 

ମୁହଁରୁ ଏ ଭଦ୍ର ମୁଖା 

ସେତେଦିନ ଯାଏଁ କରିବି ପ୍ରତୀକ୍ଷା 

ପାଗଳ ରୂପରେ ସଖା


ଦେଶହିତ କଳ୍ପେ ମୋର ଛଦ୍ମବେଶ 

ପାଗଳ ପରାୟ ରୂପ

ନିଜ ଜୀବନକୁ ପାଣିରେ ପକାଇ

ରଖିବି ଦେଶର ଟେକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime