ଛାଡ଼ଖାଇ
ଛାଡ଼ଖାଇ
ସରିଲେ ପଞ୍ଚକ ପବିତ୍ର କାର୍ତ୍ତିକ
ଆସିଯିବ ଛାଡ଼ଖାଇ
ଆରମ୍ଭ ହୋଇବ ଧୀରେ ଧୀରେ ଶୀତ
କାଲୁଆ ପବନ ବହି ।
ସମୁଦ୍ର ତଟରେ ନଦୀ ନାଳ ଜଳେ
ପହ°ରିବେ ଭଲ ମାଛ
ଅମଳ କରିବେ ଜାଲକୁ ବସାଇ
କୁଶଳୀ ଆମ କୈବର୍ତ୍ତ ।
ଭଲ ସ୍ନେହସାର ଆଦ୍ର ଅନୁପାତ
ଛେଳି କୁକୁଡାର ମା°ସ
ଛାଡ଼ଖାଇ ଦିନ ଗରିଷ୍ଠ ଭୋଜନ
ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ ।
ଆମ ଚଳନୀରେ ଛାଡ଼ଖାଇ ଦିନ
ଆମୀଷ ହୁଏ ଭୋଜନ
ଅନ୍ତରାଳ ପରେ ଦିଅଇ ଆମୋଦ
ପ୍ରୀତ ହୁଏ ଜନମନ ।
