STORYMIRROR

BULU BEHERA

Inspirational Children

3  

BULU BEHERA

Inspirational Children

ଛଅ "କ' ପଣକିଆ ଗୀତ

ଛଅ "କ' ପଣକିଆ ଗୀତ

1 min
180

  ଛଅ ଏକେ ଛଅ,

ମୋର ପ୍ରଣାମ ମାତା ନିଅ l


  ଛଅ ଦୁଗୁଣେ ବାର,

ପାଠ  ହେଉନି ଜମା ମୋର l


  ଛଅ ତିରିକି ଅଠର,

ତୁମକୁ  ଡାକଇ ନିରନ୍ତର l


 ଛଅ ଚଉକୁ ଚବିଶି,

ସକାଳେ  ସନ୍ଧ୍ୟାରେ ବସି l


 ଛଅ ପଞ୍ଚା ତିରିଶି,

ଗଣ୍ଡ ମୂରୁଖ ମୁଁ ବେଶୀ l


 ଛଅ ଷୋକୋ ଛତିଶି,

ହାତରୁ ଖଡ଼ି ଯାଏ ଖସି l


 ଛଅ ସତାଁ ବାୟାଳିଶି,

ପାଠ ଦିଅ ମାଆ ବେଶୀ ବେଶୀ l


 ଛଅ ଅଷ୍ଟା ଅଠାଚାଳଶି,

ତୁମେ ମୋ କଣ୍ଠରେ ବସି l


 ଛଅ ନୂଆଁ ଚଉବନ,

କର ମୋତେ ମାଆ ଵିଦ୍ଵାନ l

  

ଛଅ ଦଶା ଷାଠିଏ,

ବିଦ୍ୟା ଦିଅ ମୋତେ ମୁଠିଏ l




Rate this content
Log in

Similar oriya poem from Inspirational