STORYMIRROR

Minakshi Samal

Inspirational

3  

Minakshi Samal

Inspirational

ଚେସ୍ ର ରାଜା

ଚେସ୍ ର ରାଜା

1 min
257


ଚେସ୍ ର ରାଜାସେ ଅଟଇ ଓ୍ବଜୀର

ଅଟେ ସେ କେନ୍ଦ୍ର ଖେଳର

ଆରମ୍ଭରୁ ନେଇ ଖେଳ ଶେଷ ଯାଏ

ଥାଏ ମହତ୍ତ୍ଵ ରାଜାର।

ରାଣୀ ର ଭୂମିକା ପ୍ରଧାନ ଅଟଇ

ଚେସ୍ ର ଗୋଟିଙ୍କ ମଧ୍ୟେ

କିନ୍ତୁ ରାଜା ବିନା ଖେଳ ଅସମ୍ପୂର୍ଣ୍ଣ

ହାରିଯାଏ ଯଦି ଦ୍ବନ୍ଦ୍ବେ।

ଜୀବନ ଅବା ସମାଜରେ ଏପରି

ଚରିତ୍ର ମାନେ ମିଳନ୍ତି

ପରଷ୍ପର ପରିପୂରକ ହୋଇକି

ସହାବସ୍ଥାନ କରନ୍ତି।

ସଂସାରର ରଥ ସୁରୁଖୁରୁ ହୋଇ

ଆଗେ ଆଗେ ଗଡିଚାଲେ

ଗରବ ନକରି ମିଳିମିଶି ଚଳି

ଶାନ୍ତିରେ ବାସ କରିଲେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational