STORYMIRROR

BISWESWAR MAJHI

Abstract

4.0  

BISWESWAR MAJHI

Abstract

ଚବିଶ ମାର୍ଚ୍ଚର ଘୋଷଣା

ଚବିଶ ମାର୍ଚ୍ଚର ଘୋଷଣା

1 min
158


,  ୨୧ ଦିନ ଗୃହବନ୍ଦୀ

ଚବିଶ ମାର୍ଚ୍ଚର ଘୋଷଣା

ଶୁଣି ମୁହଁ ହେଲା ଫଣଫଣା

ଏକୋଇଶ ଦିନ ଗୃହବନ୍ଦୀ

ମନ ହେଉଛି କି ଭାରି ଧନ୍ଦି

ବୁଲି ଆସିବାକୁ ହରବର

ହୋଇ ଥାଆନ୍ତ କି ଡାକ୍ତର

ବୁଲିବ ବଜାରେ ଷ୍ଟାଇଲିଷ୍ଟ

ହୋଇ ଥାଆନ୍ତ କି ଫାର୍ମାସିଷ୍ଟ

ବଜାରେ ହୁଅନ୍ତ ଫୁସଫାସ

ହେଲ ନାହିଁ ଗୋଟେ ନର୍ସ

ବୁଲିବାକୁ ଇଛା ଦାଣ୍ଡ ବାରି

ଚାକିରି କଲ ନି ମିଲିଟାରୀ

କରିବ କାହାକୁ ନାଲିଶ 

ହୋଇ ଥାଆନ୍ତ କି ପୁଲିସ

ଚାହୁଁଛ କଣେଇ କଣେଇ

କରିବ କି ଝାଡୁ ସଫେଇ

ବସିକି ହୁଅନା ଆନମନା

ତାଙ୍କ ପାଇଁ କର ପ୍ରାର୍ଥନା

ନ ଯାଉ ତାଙ୍କର ତ୍ୟାଗ ବ୍ୟର୍ଥ 

କରୋନା ନ କରୁ ଅନର୍ଥ

ଆପେ ବଞ୍ଚିଲେ ବାପର ନାଆଁ 

ଏତିକି କଥା ବୁଝୁ ନ କିଆଁ!

ବାହାରକୁ ଯଦି ଗୋଡ କାଢିବ

ଫଟୋ ଫ୍ରେମରେ ଶୋଭା ପାଇବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract