Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଚବିଶ ଅରର କଥା

ଚବିଶ ଅରର କଥା

1 min
334


ଆମ ତ୍ରିରଙ୍ଗା ଚକ୍ରରେ ଚବିଶଟି ଅର

କିକଥା କହନ୍ତି ଶୁଣଶୁଣ ଭାଇ ମୋର l


ପ୍ରଥମ ପ୍ରତୀକ ଅଟେ ଶୁଦ୍ଧ ପବିତ୍ରତା

ଦ୍ୱିତୀୟ ଭଣି ସୁନ୍ଦର ସ୍ୱାସ୍ଥ୍ୟର ବ୍ୟବସ୍ଥା l


ତୃତୀୟ କହେ ସର୍ବଦା ହୁଅ ଶାନ୍ତିପ୍ରୀୟ

ଚତୁର୍ଥେ କଥା ଉତ୍ସର୍ଗୀ-କୃତର ହୃଦୟ l


ପଞ୍ଚମେ ବଜାଇ ରଖ ସଦା ନୈତିକତା

ସେବାବ୍ରତୀ ହୁଅ ସଦା ଷଷ୍ଠର ଏକଥା l


ସପ୍ତମରେ ବାବୁ ସଦା କ୍ଷମାଶୀଳ ହୁଅ

ଅଷ୍ଟମରେ ପ୍ରେମବହ ହୁଅ ପ୍ରେମମୟ l


ବନ୍ଧୁତାର କଥା କହେ ନବମରେ ଅର

ଭ୍ରାତୃତ୍ୱଭାବରେ ବାନ୍ଧ ଦଶମ ବିଚାର l


ଏକାଦଶ କହେ ଜାତି ଐକ୍ୟ ଅଖଣ୍ଡତା

ଦ୍ୱାଦଶ ଭଣି ସମାଜକଲ୍ୟାଣ ବ୍ୟବସ୍ଥା l


ତ୍ରୟୋଦଶ ଦେଶ,ଦଶ,ଜାତିର ଉନ୍ନତି

ଚତୁର୍ଦ୍ଦଶେ ଆମ ଦେଶ ଶିଳ୍ପର ପ୍ରଗତି l


ପଞ୍ଚଦଶ କହେ ଆମ ଦେଶ ନିରାପତ୍ତା

ଷୋଡଶ ସ୍ଥାପନକର ସତ୍ୟେ ସଦା ଆସ୍ଥା l


ସପ୍ତଦଶ ସମାଜରେ ସାମ୍ୟର ବଖାଣ

ଅଷ୍ଟାଦଶେ ସର୍ବୋତ୍କୃଷ୍ଟ ବିତ୍ତର ଲଗାଣ l


ଉନବିଂଶ ଆସ୍ଥା ରଖ ରାଷ୍ଟ୍ରର ନୀତିରେ

ବିଂଶ ଭଣି ଦୃଷ୍ଟିରଖ ନ୍ୟାୟ ବିଚାରରେ l


ଏକବିଂଶ ଭଣି ସହଯୋଗୀ, ସହଭାଗୀ

ବାଇଶି କର୍ତ୍ତବ୍ୟେ ସଦା ହୁଅ ଅନୁରାଗୀ l


ତେଇଶି ସାବ୍ୟସ୍ତ ନାଗରିକେ ଅଧିକାର

ଚବିଶ ବିଜ୍ଞାନୀ ହୁଅ ଦେଶବାସୀ ମୋର l


ଅଶୋକଚକ୍ର ତ୍ରିରଙ୍ଗା ମଧ୍ୟେ ବିରାଜଇ

ଚବିଶ ଗୋଟି ଅରର କଥା ଏହି ଭାଇ l


Rate this content
Log in

Similar oriya poem from Inspirational