ଇସ୍ପାତ ନଗରୀ ରାଉରକେଲା
ଇସ୍ପାତ ନଗରୀ ରାଉରକେଲା
ଇସ୍ପାତ ନଗରୀ ରାଉରକେଲା
===============
ଧନ୍ୟ ଧନ୍ୟ ତୁହି ଇସ୍ପାତ ନଗରୀ ।
ରାଉରକେଲା ତୁ ଭାରତର ଶିରି ।।
ଆଗେ ଥିଲା ସବୁ ପାହାଡ଼ି ମୂଲକ ।
ବାସ ହାତୀ ବାଘ ସମ୍ବର ଭଲ୍ଲୁକ ।।
ଚାରି ଦିଗେ ଛିଡ଼ା ଶଇଳ ଶିଖରୀ ।
ସବୁଜ ବନାନୀ ରହି ଥିଲା ଘେରି ।।
ଏହିଠାକୁ ଦିନେ ଅଇଲେ ବିଜ୍ଞାନୀ ।
ରହିଥିଲେ ସବୁ କୁଶଳୀ ଜର୍ମାନି ।।
ସର୍ବେକ୍ଷଣ କରି କଲେ ସ୍ଥିରମନା ।
ଏଇଠି ବସିବ, ଲୁହା କାରଖାନା ।।
ଭାରତ ପ୍ରଗତି ପଥେ, ସହାୟକ ।
ଜୀବିକା ପାଇବେ ବହୁତ ଶ୍ରମିକ ।।
ଦେଶ ବିଦେଶରୁ ଯନ୍ତ୍ରୀ କାରିଗର ।
ଆସି ବସି ଯିବେ ଏଠି କରି ଘର ।।
ଭାରତର ଶକ୍ତି, ଯୁବା ଶକ୍ତି, ସିନା ।
ନିଯୁକ୍ତି ପାଇବେ ବସି କାରଖାନା ।।
ଧନ୍ୟ ଦୂର ଦ୍ରଷ୍ଟା ତୁମେ ଜବାହର ।
ପ୍ରତିଷ୍ଠିତ ହେଲା, ଶିଳ୍ପ ବୃହତ୍ତର ।।
ଭାରତର ପଞ୍ଚ ବାର୍ଷିକ ଯୋଜନା ।
ଅର୍ଥ ଶାସ୍ତ୍ରୀଙ୍କର ଯଥାର୍ଥ କଳ୍ପନା ।।
ବସିଲା ସଂଯନ୍ତ୍ର ରାଉରକେଲାରେ ।
ଜନମାନସରୁ ଥିଲା ଯାହା ଦୂରେ ।।
ବସିଲା, ଯାନ୍ତ୍ରିକି ମହା ବିଦ୍ୟାଳୟ ।
ଭାରତ ବକ୍ଷରେ ବାଣୀଙ୍କ ଆଳୟ ।।
ବଢ଼ିଚାଲେ ଶିଳ୍ପ ବିଦ୍ୟାର ନଗରୀ ।
ବସିଛନ୍ତି ଆସି ଅନେକ ବେପାରୀ ।।
ଧନ୍ୟ ତୁ ନଗରୀ ଆମରି ଗାରିମା ।
ନିର୍ମାଣ କରିଲେ ସତେ ବିଶ୍ବକର୍ମା ।।
ଆମ ଗର୍ବ ତୁରେ ଇସ୍ପାତ ନଗରୀ ।
ପ୍ରଣାମ କରୁଛି ବାସୀଙ୍କୁ ତାହାରି ।।
🙏🙏🙏
ଅର୍ଜୁନୀ
-------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
