ପ୍ରଭାତୀ ସୂର୍ଯ୍ୟ ବନ୍ଦନା
ପ୍ରଭାତୀ ସୂର୍ଯ୍ୟ ବନ୍ଦନା
ପ୍ରଭାତୀ ସୂର୍ଯ୍ୟ ବନ୍ଦନା
===========
ପୂରୁବେ ଉଇଁଲେ ତପନ ।
ରାତ୍ରୀ ହୋଇଲା ଅବସାନ ।।
ତମସାଗ୍ରାସେ ପୃଥ୍ୱୀ ଥିଲା ।
ଆଲୋକେ ଉଦ୍ଭାସିତ ହେଲା ।।
ତପନ ତମସା ନାଶନ୍ତି।
ଏଣୁ ସେ ତମୋଘ୍ନ ବୋଲାନ୍ତି ।।
ସହସ୍ର ରଶ୍ମିର ପ୍ରକାଶୁ ।
ବୋଲାନ୍ତି ସୁର୍ଯ୍ୟ ସହସ୍ରାଂଶୁ ।।
ଆଦି ଦେବତା ଦିବାକର।
ତାଙ୍କୁ ମୁଁ କରେ ନମସ୍କାର ।।
ଦିନ କରନ୍ତି ଦିନନାଥ ।
ସଂଜ୍ଞା ଓ ଛାୟା ଦେବୀ କାନ୍ତ ।।
ଅଦିତି ଦେବୀଙ୍କର ସୂତ ।
ସେ ପ୍ରଭୁ ବୋଲାନ୍ତି ଆଦିତ୍ୟ ।।
କଶ୍ୟପ ତାହାଙ୍କର ପିତା ।
ବିଶ୍ଵକର୍ମାଙ୍କ ସେ ଜାମାତା ।।
ସପ୍ତାଶ୍ଵ ବାହନରେ ଗତି ।
କ୍ଷୀପ୍ରେ ସେ ବ୍ରହ୍ମାଣ୍ଡ ବୁଲନ୍ତି ।।
ସାରଥୀ ଗରୁଡ଼ଙ୍କ ଭାଇ ।
କ୍ଷିପ୍ରେ ନିଅନ୍ତି ରଥ ବାହି ।।
ଆଗମେ ପ୍ରଭୁ ଦିନକର ।
ନିଷ୍ପ୍ରଭ ହେଲେ ନିଶାକର ।।
ନିହାର କରେ ନାଶ ଗଲା ।
ଆକାଶ ନିର୍ମଳ ଦିଶିଲା ।।
ଲୁପ୍ତ ହୋଇଲେ ତାରା ପନ୍ତି ।
କୁକ୍କୁଟ ସଘନେ ରଟନ୍ତି ।।
ପ୍ରଭାତୀ ପକ୍ଷୀଙ୍କ କାକଳି।
କୁଞ୍ଜରେ ରାବନ୍ତି କୋଇଲି ।।
ବାୟସ ପ୍ରଭାତୀ ଡାକରା ।
ଡାକନ୍ତି ଉଠ ଉଠ ପରା ।।
ନୀଳାଚଳରେ ନୀଳମଣି।
ପହଡ଼ ଭାଙ୍ଗି ଉଠିଲେଣି ।।
ଆନନ୍ଦେ ଉଦ୍ଭାସିତ ଧରା।
ପ୍ରକାଶ ଧୀରେ ଧୀରେ ଖରା ।।
ନମସ୍ତେ ପ୍ରଭୁ ପ୍ରଭାକର।
ସକଳ ଶକ୍ତିର ଆଧାର ।।
ନମସ୍ତେ ନମସ୍ତେ ସବିତା।
ସକଳ ବ୍ରହ୍ମାଣ୍ଡର କର୍ତ୍ତା ।।
ପ୍ରଭାତେ କରଇ ବନ୍ଦନ ।
ଶୁଭରେ ଯାଉ ଆଜ ଦିନ ।।
🙏🙏🙏
ଅର୍ଜୁନୀ
---------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
