STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ଚାଷୀର ଜୀବନ

ଚାଷୀର ଜୀବନ

1 min
197

ଚାଷୀ ହୋଇ ଜନ୍ମ ହେବା

ଚାଷବନ୍ଦୀ ଘରେ ଜନ୍ମ ନେବା

କେତେ ସୁଖକର

ଜାଣିବାକୁ ଚାହଁ ଯଦି

ଥରେ ସେଇ ଚାଷୀକୁ ପଚାର।


ମାଟି ସହ ହୋଇ ଏକାକାର

କାଦୁଅ ପଙ୍କରେ ଯୁଝିବା ଯେ,

କେତେ ରୋମାଞ୍ଚକର

ଥରେ ସେଇ ଚାଷୀକୁ ପଚାର।


ଦେହରେ ଖଇ ଫୁଟା କମ୍ପ ଜ୍ବର

ତଥାପି ଗୋଲ ମରିଚ ଦିଆ

ନାଲି ଚାହା ଢୋକେ ପିଇ

ବିଲରେ ଖଟିବା ଯେ କେତେ କଷ୍ଟକର

ଥରେ ସେଇ ଚାଷୀକୁ ପଚାର।


ଅଦିନିଆ ଝଡ଼ ବତାସରେ ଉଜୁଡ଼ି

ଯାଇଥିବା ସୁନାର ଫସଲକୁ ଦେଖି

ଛାତିରେ କେମିତି ଉଠେ କୋହ

ତଥାପି ସେ କେମିତି ଚାପିରଖେ ଲୁହ

ଥରେ ସେଇ ଚାଷୀକୁ ପଚାର।


ସାହୁକାରର ନଥି ପତ୍ର ଟିପାଖାତାରେ

କେମିତି ଘୋଡ଼ା ଠୁଁ ବି ଜୋର୍ ଦୌଡୁଥାଏ

ଚକ୍ରବୃଦ୍ଧି କଳନ୍ତର ଜାଣିବାକୁ ଚାହଁ ଯଦି

ଥରେ ସେଇ ଚାଷୀକୁ ପଚାର।


ଘୁଣଖିଆ ପୋକରା ବିହନ

ଚକଡ଼ା ପୋକର ଦାଉ

ପୁଣି ପଙ୍ଗପାଳର ଆତଙ୍କ ଯେ

କେତେ ଭୀତିପ୍ରଦ

ଥରେ ସେଇ ଚାଷୀକୁ ପଚାର।


କଂସାଏ ପଖାଳ ଖଣ୍ଡେ କଞ୍ଚା ଲଙ୍କା

ଆଉ ଫାଳେ ପିଆଜରେ ଯେ

କେମିତି ସ୍ବର୍ଗ ସୁଖ ମିଳେ

ଥରେ ସେଇ ଚାଷୀକୁ ପଚାର।


ଘାସକୁ ମୋଟ ଗଛକୁ ଛୋଟ

ସଦା ଅଭାବୀ ସଦା ନିଅଣ୍ଟ

ଏଇ ଚାଷୀ ପୁଅର ଘର ସଂସାର

ଦୁନିଆ ତୁଣ୍ଡରେ ସିନା ଦିଏ ଆହାର

ପ୍ରତିଦାନରେ ପାଏ ତାତ୍ସଲ୍ୟର ଉପହାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract