Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଚାଷୀ ଭାଇ

ଚାଷୀ ଭାଇ

1 min
220


ଚାଷୀ ଭାଇ


ପାହି ନାହିଁ ରାତି ରାବି ନାହିଁ କାଉ

   ସିନ୍ଦୂରା ଫାଟିବା ଦେଖି

ଶେଯ ଛାଡି ଉଠି ବିଲକୁ ବାହାରେ

    ଚାଷୀ ଧରି ଚଷାମୁଠି ।

କାଳିଆ କଷରା  ବଳଦ ଯୋଡିକୁ

    ଯୋଚଇ ଜୁଆଳି ଥୋଇ

ଲଙ୍ଗଳ ଝୁଲାଇ  ପାଞ୍ଚଣ ହଲାଇ

   ବେଗେ ଚଳେ ଚଷା ଭାଇ ।

ଛାନ୍ଦ ଚଉପଦୀ  ରାଗ ରାଗିଣୀରେ

    କଣ୍ଠୁ ଝରେ ମଧୁ ରସ

ଖରା ଓ ବରଷା  ଶୀତ କାକରକୁ

   ତିଳେ କରେ ନାହିଁ ତ୍ରାସ ।

ଖରାଟିଆ ଚାଷ  ବରଷା ଝଡିରେ

    ରୁଆ ବଛା ବେଉଷଣ

କାଲୁଆ ଜାଡରେ  ଖେତଖଳା ଜଗା

    ବରଷକ ଯାକ କାମ ।

ଅବିରାମ ତାର   ଶ୍ରମ ଓ ସାଧନା

    ସୁନ୍ଦର ଶ୍ୟାମ ଲଗନେ

ସୁନା ଫସଲରେ  ହସିଉଠେ ବିଲ

    ଦୋଳଇ ଧିର ପବନେ ।

କ୍ଷେତ ଓ ଖଳାରେ  କୃଷକ ଗୃହିଣୀ

     ଛାଇ ପରି ଥାଏ ପଛେ

ଅମଳ ଫସଲ   ସାଇଥିବା ପାଇଁ

    ଘରଦ୍ୱାର ଲିପେପୋଛେ ।

ଶୁଦ୍ଧ ପୂତ ହୋଇ  ଝୋଟିଚିତା ଆଙ୍କେ

     ପ୍ରତି ଗୁରୁବାର ଦିନ

ଖଟୁଲି ଉପରେ  ଲକ୍ଷ୍ମୀ ଠାକୁରାଣୀ

    ପୂଜେ ଧାନ ସେର ମାଣ ।

କୃଷି ଓ କୃଷକ   ଦେଶର ସମ୍ବଳ

     ଜୀବନ ଶକ୍ତି ଆଧାର

ଉତ୍ଥାନେ ତାହାର  ଜାତୀୟ ଉନ୍ନତି

    ପତନେ ପ୍ରଳୟ ଘୋର ।



Rate this content
Log in

Similar oriya poem from Inspirational