STORYMIRROR

Priyaranjan Biswal

Tragedy Classics

3  

Priyaranjan Biswal

Tragedy Classics

ଚାଷ ଓ ଚାଷୀକୂଳ

ଚାଷ ଓ ଚାଷୀକୂଳ

1 min
29


ସବୁଜ ରଙ୍ଗର ପାଟ୍ଟ ଓଢଣିରେ

ହସୁଅଛି ଆଜି ଖେତ।

ବରଷା ରାଣୀଟା ଦାଉ ସାଧୁଅଛି

ଚାଷ କାର୍ଯ୍ଯ ବିପର୍ଯ୍ଯସ୍ତ।।


ଚାଷ ଜମି ସବୁ ଫାଟି ଆଁ କଲାଣି

ଚିନ୍ତା ଘେରେ ଚାଷି କୂଳ।

ସରକାର ଆମ ନୀରବ ଦରଷ୍ଟା 

ଯୋଜନା ମାଳକୁ ମାଳ।।


ଯୋଜନାକୁ ପୁଣି ପଙ୍ଗପାଳ ଦଳ

ଚାଷୀ ନାମେ କରେ ଖୋଳ।

ଅନୁଦାନ ପାଇଁ ଚାଷୀଟି ବିକଳ

ସର୍ବଗିଳା କରେ ଖେଳ।।


ଜମିରେ ବୁହାଇ ରକତର ଝାଳ

ପାଏନି ଉଚ୍ଚିତ ଫଳ।

ଚିନ୍ତାର ବନ୍ଯାରେ ଆଖି ଢଳଢଳ

ଅକାଳରେ ପୁରେ କାଳ।।


ଦୁଇ ଗୋଡିଆ ଏ ପେଟୁ ପଙ୍ଗପାଳ

ରାଜକୋଷ କରି ଖୋଳ।

ସବୁ ସେ ଖାଆନ୍ତି ହୋଇ ଦଳ ଦଳ

ମୂଳ ହେଉ ଅବା ଡାଳ।।


ଉଦ୍ଦିତ ସୂର୍ଯ୍ଯବି ସମୟ କୋଳରେ

ହୋଇଯାନ୍ତି ପୁଣି ଅସ୍ତ।

ଟଙ୍କାର ଲୋଭରେ ପାପ କରୁଅଛ,

ଛିଡିଯାଉ ତୁମ ହସ୍ତ।


ଚାଷୀର ଧନକୁ ନିଜର କହିକି

ଘରକୁ ଆଣୁଛ ବୋହି‌।

ସମୟ ଚକରେ ଧନ ଭୋଗିବାକୁ

କୂଳରେ ନଥିବେ କେହି।‌।


ବେଳ ଥାଉ ଥାଉ ସୁଧୁରି ଯାଅରେ

ଛାଡରେ ଅସତ ପଥ।

ଚାଷୀ କୂଳ ପାଇଁ ଉନ୍ନତି ସଂଗୀତ

ଗାଉ ପୁଣି ଏ ଭାରତ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy