STORYMIRROR

Gyanaranjan Nayak

Inspirational

3  

Gyanaranjan Nayak

Inspirational

ଚାଷ କାମ ଯାହାର

ଚାଷ କାମ ଯାହାର

1 min
271



ଚାଷୀ ଟିଏ ମୁହିଁ, ମାଟି ମୋର ସାଥୀ,

       ସୂର୍ଯ୍ୟ ସ୍ଥିତି କୁହେ ପିଠି ମୋର,

'ଚାଷ ତରତର', ଭାଷା ମୋ ମୁଖସ୍ଥେ

       ଶ୍ରଦ୍ଧା ରେ ମୋ କୃଷି ସମାଚାର ।


ଯେତେ ସ୍ନେହ କରେ,ମୋ ପିଲାଛୁଆଙ୍କୁ,

       ତାଠୁ ବେଶି କରେ ମୋ ଜମିକୁ,

ପିଲା ଛୁଆ ଯୋଗ୍ୟ ହେବେ କେବେ ଦେବେ,

       ଏବେ ଦିଏ ଜମି ବଞ୍ଚିବାକୁ ।


ଜମି ଭଲମନ୍ଦ ସକାଳୁ ସଞ୍ଜ ଯେ,

       ସମୟ ମିଳିଲେ ପରିବାର,

ଶସ୍ୟଶ୍ୟାମଳା ତା ରୂପେ ଉଲ୍ଲସିତେ,

       ସପନେ ଭବିଷ୍ୟ ଦେଖେ ମୋର ।


ବର୍ଷକର ଖାଦ୍ୟ, ରୋଗରେ ଔଷଧ,     

       ଖର୍ଚ୍ଚ ମୋ ଅଭାବୀ ସଂସାରର,

ଫସଲ ବିକ୍ରିରୁ ନିଅଣ୍ଟ ବି ପଡେ,

       ବଢ଼ି ଚାଲେ ପୁଣି ଋଣ ଭାର ।


ୠଣ ଚିନ୍ତା ହୁଏ, ମୃତ୍ୟୁ ର କାରଣ,

       ନିତିଦିନ ଦେଖେ ସମାଚାରେ,

କେତେଯେ ବିଜୟ ମାଲ୍ୟାଙ୍କୁ ଦେଖଇ,

       କୋଟି କୋଟି ଫାଙ୍କି ବିଦେଶରେ ।


 ଭାଗ୍ୟକୁ ନିନ୍ଦଇ ଏକଥା ଜାଣି ମୁଁ,

       ଚାଷୀ କୁଳେ ଜନ୍ମ ଦୁଃଖ ପାଇଁ,

ଅସ୍ଥିର ପ୍ରକୃତି, ତ୍ରୃଟି କୃଷି ନୀତି,

        ଅଭାବୀ ବିକ୍ରିରେ ପେଶି ହେଇ ।


ଚାଷ କାମ ଯାର କେତେ ଖୁସି ତାର,  

  &nbs

p;     ଯୋଗାଏ ଆହାର ଦୁନିଆକୁ,

କବିତା ରେ ଲେଖି କବି ଦିବାକର,

        ଜଣେଇ ଦେଇଛ ସମସ୍ତଙ୍କୁ ।


ଆଗ ଧାଡ଼ି ପଢି ଜାଣି ଚାଷୀ ଖୁସି,

        ଠକିବାକୁ ମୋତେ ତତପର,

ତା ତଳକୁ ଲେଖା ପଢୁନ କି ବୋକା,

        ତୁମକୁ ଯୋଗାଏ ମୁଁ ଆହାର ।


ଖାଦ୍ୟ କୁ ଭାବୁଛ ଟଙ୍କା ବଦଳରେ,

        କିଣି ପାର ଯେତେ ଧନ ଦେଇ,

ଅମଳ ନକଲେ ମୁହିଁ ରେ ସହରୀ,

        ବଞ୍ଚିବ କି ତୁମେ ଟଙ୍କା ଖାଇ ?   


 ସରଳ ହେଲେ ବି,ବୋକା ନୁହେଁ ମୁହିଁ,

        ବୁଝି ପାରିବିନି ଏକଥାକୁ,

ୟୂରିଆ ସାର ଚାରି ଶହ କାହିଁକି,

        ଦୁଇ ଶହ ଷାଠିଏ ବିକିବାକୁ।


(MRP.260/- per bag) ଲେଖା କିନ୍ତୁ

    ବିକ୍ରି ହେଉଛି(RS.400/- per bag)  

ମଣ୍ଡି ମୂଲ୍ୟ ଯେତେ ଅଧିକ ହେଲେ ବି

        ଅସଲି ଚାଷୀର ନାମ ନାହିଁ,

ସରକାରୀ ମୂଲ୍ୟ ଜାଣେ ଖାଲି କେତେ,

        ସେ ମୂଲ୍ୟେ କେବେ ମୁଁ ବିକି ନାହିଁ ।


ସବୁ କ୍ଷେତ୍ରେ ହୁଏ ଠକାମି ଶିକାର,

        ଲେଖିବି କି ବା ନଜାଣେ କିଏ,

ଶରୀର ମୋ ସୁସ୍ଥ,ରଖ ଜଗନ୍ନାଥ

        ସଭିଙ୍କୁ ଆହାର ଦେଉ ଥାଏ ।



Rate this content
Log in

Similar oriya poem from Inspirational