Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

ତାରାପ୍ରସାଦ ଜେନା

Romance

3  

ତାରାପ୍ରସାଦ ଜେନା

Romance

ଚାରି ହାତ ଲମ୍ବା ବାଳ, ଦଶ ହାତ ଚାଲି

ଚାରି ହାତ ଲମ୍ବା ବାଳ, ଦଶ ହାତ ଚାଲି

1 min
337



ଚାରି ହାତ ଲମ୍ବା ବାଳ, ଦଶ ହାତ ଚାଲି

ଛାଇ ନିଦ ସପନରେ ଆସିଥିଲା କାଲି 

..........ଚାରି ହାତ ଲମ୍ବା ବାଳ, ଦଶ ହାତ ଚାଲି ! ୦ !


ତୋଫା ଜହ୍ନ ରଙ୍ଗ ପରି ଗୋରା ଗୋରା ଦେହ

ଫୁଲ ଭଳି ବାସୁଥିଲା ମିଠା ମିଠା ସ୍ନେହ

ବେଣୀ ତାର ତାରା ଫୁଲ ଝଟକିଲା ଖାଲି

..........ଚାରି ହାତ ଲମ୍ବା ବାଳ, ଦଶ ହାତ ଚାଲି ! ୧ !


ହସ ତାର ଲକ୍ଷେ ହୀରା ଅନୁରାଗ ଲାଜ

କଥା ତାର କାହାଣୀର ବେଶ ବାସ ସଜ

ମୋର ମନ ଦୋଳା ସତେ ବସିଥିଲା ଝୁଲି

..........ଚାରି ହାତ ଲମ୍ବା ବାଳ, ଦଶ ହାତ ଚାଲି ! ୨ !


ଠାର ତାର ଯାଦୁକରୀ ମୋହ କାଳେ ଲୋଭ

ଭାବୁଥିଲି ମୋର ଲାଗି ସେଇ ଏକା ଶୁଭ

ପ୍ରିୟା ବୋଲି ଡାକିଦେଇ ନିଜେ ଧନ୍ୟ ହେଲି

..........ଚାରି ହାତ ଲମ୍ବା ବାଳ, ଦଶ ହାତ ଚାଲି ! ୩ !






 


Rate this content
Log in