STORYMIRROR

Prasanta Kumar Behera

Romance

3  

Prasanta Kumar Behera

Romance

ଚାନ୍ଦିନୀ ରାତି ..........

ଚାନ୍ଦିନୀ ରାତି ..........

1 min
336


ତତେ ମୁଁ କହିଲି ଆଗୋ ମୋ ମାନସୀ

ମନ ତୋ ମାନିଲା ନାହିଁ

ତତେ ମୁଁ ଡାକିଲି ଆଗୋ ମୋ ରୂପସୀ

ସରାଗେ ଚାହିଁଲୁ ନାହିଁ


ତତେ ମୁଁ କହିଲି ସପନର ରାଣୀ

କହିଲି ତୁ ମୋର ଚାନ୍ଦିନୀ ରାତି

ତତେ ମୁଁ ଡାକିଲି ଆଗୋ ମୋ ମାନିନୀ

ଛନ ଛନ ଏଣୀ ଚପଳା ଚମକ ଗତି


ଆଗୋ ଇନ୍ଦୁମୁହିଁ କହତ କାହିଁକି 

ତୋ ଆଖିରେ ଚମକ ନାହିଁ

ତତେ ମୁଁ କହିଲି ଆଗୋ ମୋ ମାନସୀ

ମନ ତୋ ମାନିଲା ନାହିଁ


ତତେ ମୁଁ କହିଲି ଆଗୋ ମୋ କାମିନୀ

ବହ୍ନି ତୁ କାମନା ନଈ

କହିବା ମାତ୍ରକେ ଅନୁରାଗେ ଜଡି

ଚାହିଁଲୁ ଉନ୍ମନା ହୋଇ


ତତେ ମୁଁ କହିଲି ଆଗୋ ମୋ ମାନସୀ

ମନ ତୋ ମାନିଲା ନାହିଁ

ତତେ ମୁଁ ଡାକିଲି ଆଗୋ ମୋ ରୂପସୀ

ସରାଗେ ଚାହିଁଲୁ ନାହିଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance