Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Durjyodhan Barik

Inspirational

4  

Durjyodhan Barik

Inspirational

ଚାଳଘର

ଚାଳଘର

1 min
232



ମାଟି କାନ୍ଥ ମୁଣ୍ଡେ ଚାଳ ଛପର

ଦିଶୁ ଅଛି ଆହାଃ କଡେ ସୁନ୍ଦର ।

ଭଳି କି ଭଳି ଯେ ଅଛି ଛପର

ପାଳ ନଡ଼ା ଅବା ତାଳ ପତର ।

ନଡ଼ିଆ ପତର କାଇଞ୍ଚ ଯୁଣ,

ଟାଇଲ ଖପର ଛପର ପୁଣ ।


ପୁରୁଣା ହୋଇଲେ ହୁଅଇ ଛେଦ

ରହିବାକୁ ଲୋକ ଗଣେ ପ୍ରମାଦ ।

ଦିନରେ ସୁରୂଜ ରାତିରେ ତାରା

କଣାରେ ଦର୍ଶନ ଦିଅନ୍ତି ପରା ।

ବର୍ଷା ହେଲେ ଜଳ ପଡେ ଭିତରେ

ମରାମତି ହୁଏ ଯୁଦ୍ଧ ଭିତ୍ତିରେ ।


ଗରିବ ହେଲେ ସେ ଘର ବାସିନ୍ଦା

ଅପବାଦ ମିଳେ ଆଉ ବି ନିନ୍ଦା ।

ନେହୁରା ହୋଇଣ କହେ ଅନ୍ୟକୁ

ଗାଆଁ କୁଜି ନେତା ସରପଞ୍ଚକୁ ।

ମିଥ୍ୟା ପ୍ରତିଶୃତି ମିଳଇ ତାକୁ,

ଅର୍ଥ ମିଳିଯାଏ ଅନ୍ୟ କାହାକୁ ।


ଚାଳଘରଟିର ଏଇ ଅବସ୍ଥା

ସମୟ ପୂର୍ବରୁ କର ବ୍ୟବସ୍ଥା ।

ରହିବ ଆନନ୍ଦେ ଛପର ଘର,

ଖରା ଓ ବର୍ଷାକୁ ନଥିବ ଡର ।


      



Rate this content
Log in

Similar oriya poem from Inspirational