STORYMIRROR

Subhalaxmi Nayak

Classics

3  

Subhalaxmi Nayak

Classics

ଚାଲିଯିବା ଆଗରୁ....

ଚାଲିଯିବା ଆଗରୁ....

1 min
236

କେବେ ଆରମ୍ଭ .....କେବେ ସମାପ୍ତି 

ଦିଗନ୍ତ ବିସ୍ତାରୀ ଆମ ଅମର ପ୍ରେମର ବ୍ୟାପ୍ତି 

କିନ୍ତୁ ଉଡ଼ି ବୁଲୁଥିଲେ ଯିଏ ଦିନେ ବିନା ଶିକୁଳିରେ 

କର୍ତ୍ତବ୍ୟ ବାନ୍ଧି ରଖିଛି ଆଜି ତାଙ୍କୁ କଠୋର ତପସ୍ୟାରେ

ନଦୀର ଦୁଇ କୂଳ ପରି ସମାନ୍ତରାଳ ପଥରେ

ଚାଲିବା ଆଗରୁ ଥରେ ତ ଭାବି ଦେଖ 

ହାତ ଛାଡ଼ି ଚାଲି ଯିବା ଆଗରୁ ଥରେ ଧରି ଦେଖ 

ମୋ ଜୀବନରୁ ଚାଲି ଯିବା ପୂର୍ବରୁ ଥରେ ଫେରି ଦେଖ 

ଭୁଲି ହୁଏନା ସେଇ ପୁରୁଣା ଚିଠିକୁ 

ନା ଭୁଲି ହୁଏ ସେଇ ସବୁର ଉତ୍ତର 

ସାଇତି ରଖିଥିବା ଛଳନାର ଛଦ୍ମବେଶୀ ମଣିଷ ନୁହେଁ 


ତୁମ ପାଇଁ ମୂହୁର୍ତ୍ତ ମୂହୁର୍ତ୍ତ ମରି ସାରିଥିଲେ ବି 

ଜିଅନ୍ତା ଶବ ହେଇ ବଞ୍ଚିବାକୁ ପ୍ରୟାସ କରୁଥିବା

ଏକ ମାତ୍ର ବିଶ୍ୱାସର ବିନ୍ଦୁଟିଏ ମୁଁ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics