STORYMIRROR

Samar Ballav Bhoi

Romance

3  

Samar Ballav Bhoi

Romance

ଚାଲିଥିବ ପାଦ ଗଣିଗଣି

ଚାଲିଥିବ ପାଦ ଗଣିଗଣି

1 min
183


କି ବାସ୍ନା ଥାଏ କେଜାଣି ତମଠି

ଛୁଉଁ ଛୁଉଁ ସଞ୍ଚରିଯାଏ

ଦେହ,ମନ ଓ ନିଃଶ୍ୱାସରେ

ବିମୁଗ୍ଧ ଦର୍ଶକଟେ ପରି

ମୁଁ ଭୁଲିଯାଏ ବିଶାଳ ସଂସାର

ଚିନ୍ତା, ଚେତନା, ଜଞ୍ଜାଳର ବୋଝ ସବୁ

ତୁମ ଯୌବନର ସୁସଜ୍ଜିତ ଗ୍ୟାଲେରୀରେ.....।


ତୁମେ ଆସ ଢଳ ଢଳ ପଦ ପାଦେ

ସ୍ନିଗ୍ଧ ମୁଖମଣ୍ଡଳରେ ଫୁଟି ଉଠୁଥାଏ

ଆନ୍ତରିକତାର ସୁକୋମଳ ଚିତ୍ରଲିପି

କୋମଳ ବିଶ୍ୱାସରେ ଓ କଥାରେ

ଗୁଞ୍ଜରିତ ହେଉଥାଏ 

ଅୟୁତ ଅୟୁତ ବଂଶୀ...... ।।


ଯୁଗ ଯୁଗ ଧରି ଯେମିତି ମୁଁ ବନ୍ଦୀ

ତମ ପ୍ରଣୟର ନିବୁଜ ଦୁର୍ଗରେ

ଆତ୍ମୀୟତାର ନବାନ୍ନ 

ପରଷିବାକୁ ତମେ ଆସ

ମଧ୍ୟାହ୍ନରେ, ନିଶୀଥର 

ଏକାନ୍ତ ବେଳାରେ

ମୁଁ ଥାଏ ଅପେକ୍ଷାରତ 

କେଉଁଦିନ ମୋ ହାତ ପାପୁଲିର ଦଲିଲରେ 

ଲେଖିଦେବି ତମର ଅନ୍ତିମ ଶୁଣାଣି

ମୁଁ ଆଉ ଜମା ଏକା ନୁହେଁ 

ଜୀଇଁଥିବି ଯେତେ ଦିନ ଯାଏ

ମୋ ସାଥେ ଚାଲିଥିବ ପାଦ ଗଣିଗଣି.....। ।   

              


          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance