STORYMIRROR

Chittaranjan Nanda

Abstract Classics Inspirational

4  

Chittaranjan Nanda

Abstract Classics Inspirational

ଚାଲିଛି ଧ୍ବଂସର ଲୀଳା

ଚାଲିଛି ଧ୍ବଂସର ଲୀଳା

1 min
254


ଜୀବନ ରାସ୍ତାରେ ଅନେକ କାହାଣୀ 

ଲିପିବଦ୍ଧ ହୋଇଅଛି,

ଘଟଣା ବହୁଳ ଅଘଟଣ ଭିତରେ କେତେ 

ସମୟ କଟିଛି ।୧।


କ୍ଷଣସ୍ଥାୟୀ ଜୀବନରେ ଚଉଷଠିଟି ଵସନ୍ତ 

ଅତିକ୍ରମ କରିଲିଣି 

ମିଶିଛି ଯେତେ ଧର୍ମାନ୍ଧଙ୍କ ସହ, ଖୋଜିଛି 

ନିର୍ମଳ ହୃଦୟ କାହିଁ ପାଇନି ।୨।


ହୋଇଛି ଭାବର ଆଦାନ ପ୍ରଦାନ, ଶବ୍ଦରେ 

ବର୍ଣ୍ଣନା କରିବା ନୁହେଁ ସମ୍ଭବ  

ଉପରକୁ ଗୋଟେ ଭିତରେ ଆଉ ଗୋଟେ, 

ଶୁଣିଲେ ଅନ୍ତର ବାଧିବ ।୩।


ମୂଲ୍ୟବୋଧ ଜୀବନ ଦର୍ଶନର ବାର୍ତ୍ତା

ଭାଷଣରେ ବର୍ଷନ୍ତି

ଲୋଭ, ମୋହ, କାମନା, ବାସନା, ହିଁସା 

ଭିତରେ ବୁଡି ରହିଥାନ୍ତି ।୪।


ରାମରାଜ୍ୟର ଆଶା ଦେଇ ଦେଇ ରଚିଛନ୍ତି 

ବହୁ ଭାବନା କଳ୍ପନା 

ସତ୍ୟ, ଧର୍ମ, ନ୍ୟାୟ ପ୍ରତିଷ୍ଠା ନିମନ୍ତେ ସମାଜେ

 ଲୋକଙ୍କୁ କରନ୍ତି ଆପଣା ।୫।


ଦେଖ, କେମିତି ଆଖି ବୁଜିଲେ ଅନ୍ଧକାର, 

ଖୋଲିଲେ ବି ଅନ୍ଧାର 

ଯାର ନିଜର ଅନ୍ତରେ ସଚ୍ଚୋଟତା ନାହିଁ, 

ଅନ୍ୟ ସମସ୍ତଙ୍କୁ ଡାକଇ ଚୋର ।୬।


ସମ୍ବିଧାନରେ ଶପଥ ନେଇ ଆଜି କରି ଚାଲି

ଛନ୍ତି ଧ୍ବଂସ ଧର୍ମ ନିରପେକ୍ଷତାକୁ

ବିଧ୍ୱସ୍ତ କରି ଚାଲିଛନ୍ତି ସାମାଜିକ, ଅର୍ଥନୈତିକ, 

ଓ ଗଣତନ୍ତ୍ର ରାଜନୈତିକ ନ୍ୟାୟକୁ ।୭।


ଆମର ଜମି, ଜଳ, ଜଙ୍ଗଲ, ଖଣି ଖାଦାନ, 

ଅନ୍ୟ ସମ୍ପଦ ବିକ୍ରି କରି ଚାଲିଛନ୍ତି

ସଵୁ ଦେଶର ସମ୍ପଦକୁ ଶାଗ ମାଛ ଦରରେ 

ନେବାକୁ ପୁଂଜିପତି ସବୁ ଚାହିଁ ବସିଛନ୍ତି ।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract