STORYMIRROR

Papu parida

Drama Tragedy Others

3  

Papu parida

Drama Tragedy Others

ଚାଲିବାକୁ ଲାଗେ ଡର

ଚାଲିବାକୁ ଲାଗେ ଡର

1 min
197


ପାଦେ ପାଦେ ଏଠି     ଇର୍ଷା ଅବିଚାର

       ପାଦେ ପାଦେ ଷଡ଼ଯନ୍ତ୍ର

ପାଦେ ପାଦେ ଏଠି      କ୍ରୁର କୁଟନୀତି

       ପାଦେ ପାଦେ ଘୃଣାମନ୍ତ୍ର।


ପ୍ରେମ ତୃଷାତୁର    ଖୋଜି ବୁଲେ ପ୍ରେମ

      ମିଳେ ଖାଲି ମରୀଚିକା

ଦୁନିଆ ବଜାରେ       ଛଳନା ନିକିତି

      ଇର୍ଷା ହୁଏ କିଣା ବିକା।


ମିଛ ମନ୍ତ୍ରଣାରେ ପବର୍ତ୍ତିତ ମନେ....

ଯେବେ ପ୍ରିୟ ସାଜେ ବିଦ୍ରୋହର ସ୍ୱର...

ଅସ୍ପଷ୍ଟ ଅସ୍ଥିର ଜୀବନ ବାଟରେ ଚାଲିବାକୁ ଲାଗେ ଡର.........


ପ୍ରତିଟି ଛକରେ     ପ୍ରତିଟି ମୋଡ଼ରେ

     ବିରୋଧ ହୁଅଇ ଭେଟ

ସଂଘର୍ଷ ରହିତ     ହୁଏ ନାହିଁ କେବେ 

     ଜୀବନର ଲମ୍ବା ବାଟ।


ସମୁଦ୍ରି କଙ୍କଡା       ବସିଛନ୍ତି ଜଗି

     କାହିଁ ଯେ ଶ୍ରମୀ ପିମ୍ପୁଡି

ଗୋଡ଼ ଟଣା ନୀତି   ଇର୍ଷା ଦ୍ୱେଷ ପ୍ରୀତି

     କେହି ଶୁଣିବେନି ରଡି।


କାହାଣୀର ଶୁଣି ଗୋଟିଏ ପାର୍ଶ୍ୱକୁ.....

ଯେବେ ଛିଡେ ସମ୍ପର୍କର ଡୋର......

ଅସ୍ପଷ୍ଟ ଅସ୍ଥିର ଜୀବନ ବାଟରେ ଚାଲିବାକୁ ଲାଗେ ଡର.........


ସ୍ଥାନେ ସ୍ଥାନେ ଏଠି    ପ୍ରପଞ୍ଚର ଗର୍ତ୍ତ

     ମୁହଁ ଖୋଲି ଜଗି ରହେ

ସ୍ଥାନେ ସ୍ଥାନେ ଏଠି   ବିବାଦର କଣ୍ଟା

    ଫୋଡି ହେବା ପାଇଁ ଚାହେଁ।


ଲୁହ ଦେବତାଙ୍କ     ଲୁହ ହିଁ ପ୍ରସାଦ

     ଲୁହ ଦେଖି ହେବେ ଖୁସି

ହସକୁ ଛଡେଇ     ପଥରୁ ଏଡାଇ

    ଦୋଷ ନଥିଲେ ବି ଦୋଷୀ।


ପ୍ରେମକୁ ଜାବୁଡି ଧରି ରଖିବା ଆଶାରେ

ଯେବେ ମୁଠା ଖାଲି ହୁଏ ବାରମ୍ବାର......

ଅସ୍ପଷ୍ଟ ଅସ୍ଥିର ଜୀବନ ବାଟରେ ଚାଲିବାକୁ ଲାଗେ ଡର.........


ଯଦି ଆପଣଙ୍କ ମନକୁ ଛୁଏଁ ତେବେ ଆପଣଙ୍କ ଡର ମୋ ସହ ବାଣ୍ଟି ପାରିବେ। ଆପଣଙ୍କୁ ମଧ୍ୟ ଡର ଲାଗେ କି ?




Rate this content
Log in

Similar oriya poem from Drama