Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bharatabandhu Biswal

Romance Fantasy Inspirational

4  

Bharatabandhu Biswal

Romance Fantasy Inspirational

ଚାଲିବା ଏକାଠି ମିଶି

ଚାଲିବା ଏକାଠି ମିଶି

1 min
269



ରାସ୍ତାରେ ଏକାଏକା

    ଦିଶେ ସବୁ ଝାପ୍ସା ଝାପ୍ସା

       ପରିଷ୍କାର ନୁହେଁ ପକ୍କାରାସ୍ତା,

ଥିଲେ ଥାଉ ଟଙ୍କା ସୁନା

    ଯେଡେ ଉଚ୍ଚ ଅଟ୍ଟାଳିକା

      ଲାଗେ ମନ ବଡ଼ ଫିକା ଫିକା ।


ଖାଅ ପିଅ ଯେତେ ଭଲ

    ଦେହ ମନ ଅବସନ୍ନ

       ପୂରେ ନାହିଁ ଚାଖଣ୍ଡକ ପେଟ

ସାଥୀ ବିନା ଏକୁଟିଆ

    ଫାଟିଯାଏ ହୃଦୟଟା

       ମୂଲ୍ୟହୀନ ଦାମୀ ସୁଟକୋଟ ।


ସମ୍ବନ୍ଧ ସମ୍ପର୍କ ବିନା

    ଅସାର ଲାଗେ ସ°ସାର

       ଅନ୍ଧକାର ଏକ ଅନ୍ଧଗଳି

ଆଖିରୁ ହଜଇ ନିଦ

   ଘାରେ ଦୁଃଖ ଅବସାଦ

      ମନ ହୁଏ ଖାଲି ଭାଳି ଝୁରି ।


ଜାଳେ ଆଲୋକ ବର୍ତ୍ତିକା

    ସାଥୀ ପ୍ରିୟା ରଶ୍ମିରେଖା

       ଜୀବନର ଅଟେ ଆଶାବାଡି

ତାର ସ୍ନେହ ସାହଚର୍ଯ୍ୟେ

    ସମୟ ବିତେ ମଧୁରେ

      ଧରିଥାଅ ହାତ ତାର ଭିଡି ।


ଆସ ସାଥୀ ପ୍ରିୟତମା

    ଭରି ରଙ୍ଗ ସବୁଜିମା

       ଏକାକାର ଏକ ମନପ୍ରାଣେ

ବନ୍ଧୁର ସ°ସାର ପଥେ

   ଚାଲିବା ଏକାଠି ମିଶି

      ଗାଇବା ମଧୁରେ ସମତାନେ ।

   


Rate this content
Log in