Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କାଦମ୍ବରୀ ମହାଖୁଡ଼

Classics Others

4.5  

କାଦମ୍ବରୀ ମହାଖୁଡ଼

Classics Others

ଚାଲିଆସେ

ଚାଲିଆସେ

1 min
338



ସମୟର ଲହରୀ ଭିତରେ

ଜୀବନର ଢେଉ ମାଡିଆସେ

ସପନର କଳ୍ପନା ଭିତରେ

ନିଦର ସ୍ଵପ୍ନଟେ ବୁଲିଆସେ ....


ମନର ପ୍ରଶ୍ନ ଭିତରେ

ଉତ୍ତର ଡାଏରୀ ଖୋଜିଆସେ

କେବେ କେବେ ମଣିଷର ମନ ଭିତରେ

ଅମଣିଷ ପଣ ଚାଲିଆସେ ।


ଚାଲିଆସେ ......

କବିର କବିତା ଭିତରେ 

ମନ କବିତା ଟି ଭାସିଆସେ 

ମିଳି ଥିବା ଦୁଃଖ ଭାବିବାରେ

ଖୁସି ସବୁ ମନେ ଲିଭିଆସେ।


ଜୀବନର ସତ୍ୟ କଣ ଜାଣିବାରେ

ଅସତ୍ୟକୁ ମନେ ଡାକି ବସେ

ଲେଖକର ଲେଖନୀ ମୁନରେ

ଅନ୍ୟାୟର ସାଧୁ ଥରି ଉଠେ ।


ଚାଲିଆସେ ......

ଭବିଷ୍ୟତ ରାସ୍ତାରେ ଦଉଡେ ଭାଗ୍ୟ

ତଥାପି ଅତୀତକୁ ମନେ ଚାହିଁବସେ

ରାତିର ସ୍ୱପ୍ନରେ ଚୁପଥାଏ ନିଦ୍ରା

ଅନ୍ୟ କାହା ନିଦ୍ରେ ବୁଲିଆସେ।


ହାତେ କିଛି ନାହିଁ ଜାଣିବି

ମନର ଆଶାକୁ ସାଉଁଟି ବସେ

ଆଉ ଅଜଣା ମଣିଷ ଜାଣିବି

ଜୀବନର ସାଥି ବାଛି ବସେ।


ସବୁ ହାତରେ ନଥାଇ ଜାଣିବି

ନିଜ ହାତେ ଭାଗ୍ୟ ଖୋଜିବସେ

ନିଜ ହାତେ ଭାଗ୍ୟ ଖୋଜିବସେ

ଚାଲିଆସେ ........


Rate this content
Log in

Similar oriya poem from Classics