ଚାଲି ଆସ ସାଥୀ
ଚାଲି ଆସ ସାଥୀ
ଶ୍ରାବଣଟା ନିଆଁ ଲଗାଏ ସାଥୀରେ,
କାହିଁ ଅଛ ଏତେ ଦୂରେ ?
ତୁମେ କି ନବୁଝ ମୋର ମନ କଥା,
ତୁମକୁ ଏଠି ମୁଁ ଝୁରେ।
ରହି ପାରୁ ନାହିଁ, ସହି ପାରୁ ନାହିଁ ,
କହି ପାରୁ ନାହିଁ କା'ରେ।
ତନୁ ମନେ ତୁମ ବିରହ ବେଦନା,
ନୟନୁ ଲୋତକ ଝରେ।
ଦେଖିଯାଅ ପ୍ରିୟ ବାରେ,
ଦେଖିଯାଅ ପ୍ରିୟ ବାରେ।
ଡଲପ ଲାଗୁଛି ଜଳନ୍ତା ଅଙ୍ଗାର,
ବିଶ୍ରାମ ଯିବି କା'ପରେ ?
ନିର୍ଦୟ ନହୋଇ ଚାଲି ଆସ ସାଥୀ,
ଡେଇଁ ସାତ ସିନ୍ଧୁ,ନଈ।
ନ ହୁଏ ମୁଁ ତୁମପ୍ରେମେ ପାଗଳିନୀ,
ବାହୁ ରେ ନିଅ କୋଳେଇ।

