STORYMIRROR

Debabrata Mishra

Abstract

2  

Debabrata Mishra

Abstract

ଚାଲ ହସିବା

ଚାଲ ହସିବା

1 min
2.7K

ଖୁସିହେଉ ବା ଦୁଃଖୀ ହେଉ ଏ ମନ ଆମେ ହସିବା

ଚାଲ ନା ଲୋକଙ୍କୁ ଟିକେ ହାଲ୍କା ଆନନ୍ଦିତ କରିବା

ଆରେ ଭିତରେ କାନ୍ଦୁଛ ଚଳିବ ସମାଜକୁ ଟିକେ ଠକିବା

ସଭିଏଁ ଜାଣନ୍ତି ଦୁଃଖ କ'ଣ କାହିଁକି କାହାକୁ ଜଣାଇବା

କୁହନ୍ତି ପରା ହସରେ ଶରୀର ସୁସ୍ଥ ଚାଲ ଏଥର ହସେଇବା।..(୧)


କାହାସହ ସମ୍ପର୍କ ଯେମିତି ଥିବ ଥାଉ ଟିକେ ଦାନ୍ତ ଦେଖାଇବା

ହସର ସଜ୍ଞା ଯାହା ହେଉ ଛାଡ଼ ନା ଚାଲ ମିଛେ ଟିକେ ବଞ୍ଚିବା

ସମସ୍ତେ ଜାଣନ୍ତି କେତେ ସତ ମିଛ କଥା ତ ନିଶ୍ଚେ କହିବା

ଲୁହ ଆସୁଛି ମନେ ଚାପିଦିଅ କାହିଁ କା'କୁ ଆମେ କନ୍ଦାଇବା

ଆସ ହୋ ସବୁ ମିଶିବା ଅନିଛାସତ୍ତ୍ୱେ ସମସ୍ତଙ୍କୁ ହସେଇବା।.. (୨)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract