STORYMIRROR

Prafulla Kumar Tripathy

Romance

3  

Prafulla Kumar Tripathy

Romance

ଚାଲ ଆମେ ବଦନାମ ହେବା

ଚାଲ ଆମେ ବଦନାମ ହେବା

1 min
186

ଚାଲ ପୁଣି ଥରେ ତୋର ମୋର ଭିତରେ

ବଦନାମ ହେବା

ତୋ ସହ ମୋ ନା ଯୋଡିଦେବା

ପୁଣି ସାରା ସହରେ ଚର୍ଚ୍ଚା ପଡିବ ।

କଲେଜ ଛକ ପାର୍କରେ ଲାଗିବ ନିଆଁ

ତୋର ମୋର କାହାଣି ଜାଣିବ ଦୁନିଆ ।

ଆଜିବି ମନେ ଅଛି ମୋ ନା ରେ ତତେ

ଆଉ ତ ନା ରେ ମୋତେ

କେତେ ଗୁଲିଖଟି କେତେ ଗପସପ

କଲେଜଠୁ ପାର୍କ ଯାଏ ବ୍ଯାପିଥିଲା ସତେ

ଚିଠି ଦିଆନିଆଠୁ ଆରମ୍ଭ କରି

ମୋବାଇଲରେ ମେସେଜ ପର୍ଯ୍ଯନ୍ତ

ତୋ ଆଖିରେ ମୋ ଆଖିର ଇସାରା

ଆଜିବି ତୋର ସେହି ପ୍ରେମ

ମୋତେ କରେ ରୋମାଚିଂତା

ଚାଲ ପୁଣି ଥରେ ନଈପଠାକୁ ଯିବା

ପୁଣି ବଦନାମ ହେବା

ସୁୃତି ସବୁକୁ ପବନରେ ଉଡାଇ ଦବା

ପୁରୁଣା ପ୍ରେମକୁ ସାଉଁଟିବା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance