STORYMIRROR

Santosh Samal

Tragedy Others

4  

Santosh Samal

Tragedy Others

ଚାଦର

ଚାଦର

1 min
177

ଭୁଲି ଯିଵାକୁ ଭଲ ପାଇଥିଲି

କେମିତି ମନେ ରଖିଵି ତତେ

ହାତ ଛାଡିଵାକୁ ଵାଟ ଖୋଜୁଥିଲି

ହାତ ଧରିଵି କେମନ୍ତେ

ମନରେ ଅଛି ଯଦି ଏତେ ଆଦର

ଶେଷଥର ପାଇଁ ଟାଣି ଦେଇ ଯା 'ମୋ ଦେହେ ଧଳା ଚାଦର ।

ଇଛାଥିଲା ଗଢିଵାକୁ ପ୍ରେମର ମନ୍ଦିରଟିଏ

ପୂଜା ପାଇଁ ସିନା ଫୁଲ,ଚନ୍ଦନ ଲୋଡା

ପ୍ରେମ ପାଇଁ ସାଥୀ ଟିଏ

ସାଥୀ ଥିଲା ମୋ' ଏମିତି ହୃଦୟ

ନ' କହିଵା ଆଗରୁ ଵୁଝି ଯାଉଥିଲା ମନ ମୋର

ପର ଇଛାରେ ପାରି କରିଵାକୁ ଯାଇ ନାଆଟିଏ ମୁଁ ହେଲି

ସ୍ଵାଥ ନ' ଥାଇଵି ସହମତି ଦେଇ ସ୍ଵାଥପର ହେଇଗଲି

ଏ' ସ୍ଵାଥପର ପାଇଁ ମନରେ ତୋର ଆହୁରି ଅଛି ଆଦର

ଶେଷଥର ପାଇଁ ଟାଣି ଦେଇଯା ମୋ' ଦେହେ ଧଳା ଚାଦର ।

ଆଶା ଦେଇ ତତେ ନିଆଶା କରି

ଭୋଗୁଛି ପାପର ଫଳ

ସତ ସମ୍ପକରେ ସନ୍ଦେହ ଦିସିଲା

ମିଛ ହେଇଗଲା କାଳ

ଜୀବନ ମୋଡ଼ରେ ଵାଟ ଵଦଳିଲା

ହାତ ଛାଡି ଦେଲି ମୁଁ ତୋର

 ଛାଡି ନ'ଥିଲେ ମୁଁ ତୋ' ହାତ

କେମିତି ଧରିଥାନ୍ତୁ ଆଉ ଏକ ନୂଆ ହାତ

ଗଦା,ଗଦା ସୁଖ ନେଇ ଭଲରେ ରହିଥା

ଭୁଲି ଯିଵାଟା ଅଭିନୟ ଥିଲା

ତୋ' ସୁଖ ସଂସାର ଦେଖିଵା ଶେଷ ଇଛା ଥିଲା

ଏ' ସ୍ବାଥପର ପାଇଁ ଏତେ ସ୍ନେହ ,ଆଦର

ଶେଷଥର ପାଇଁ ଟାଣି ଦେଇଯା ମୋ' ଦେହେ ଧଳା ଚାଦର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy