STORYMIRROR

Abhisek Mohapatra

Classics

2  

Abhisek Mohapatra

Classics

ଚା କପ୍

ଚା କପ୍

1 min
135

ମଧୁର ପିଆଲାରେ ଶୋଇଅଛି ମୋ ନିଦ

ଲେଞ୍ଜରାକୁ କାଣି ଆଙ୍ଗୁଠିରେ କେଞ୍ଚି

ସକାଳଟା ମୋତେ ନିଦ୍ରା ଭଙ୍ଗ ପାଇଁ ଆହ୍ଵାନ କରୁଛି


ଆଖି ଖୋଲିଲେ ଫୁଲ ପକା ସୁନ୍ଦର ପିଆଲା

ଯେଉଁଥିରେ ଟଳମଳ ହେଲାପରି ଚା' ଅଛି

ଚା ' ଭାଙ୍ଗିଦିଏ ରାତିର ଦରଦେଖା ସ୍ଵପ୍ନ ସବୁକୁ ,

ପରିଚିତ କରାଏ ଚିରାଚରିତ ବର୍ତ୍ତମାନ ଓ ଭବିତବ୍ୟ ସହ


ଚା' ଖାଲି ଭାଙ୍ଗି ପାରେନି ଯାହା ସ୍ଵପ୍ନ ,

ଦେଖିହୁଏ ଯାହା ଭବିତବ୍ୟ ପାଇଁ

ଅଣ୍ଡାଳି ହୁଏ ନିରୋଳା ମୂହୁର୍ତ୍ତମାନ


ତଥାପି ସୂର୍ଯ୍ୟଙ୍କ କିରଣ ଧରାରେ ପଡିନି ,

ମୋ ନିଦ ଭାଙ୍ଗିନି ଠିକ୍ ରୂପେ ,

ମୁଁ ହାଇମାରି ଝରକା ଫାଙ୍କରୁ ଦୂର ଗଛେ ବସିଥିବା ପକ୍ଷୀଟିକୁ ଦେଖୁଛି

ଆଉ ଟେବୁଲ୍ ଉପରେ ଫୁଲପକା ଚା କପ୍ ଟିଏ ଅଛି

                   



Rate this content
Log in

Similar oriya poem from Classics