STORYMIRROR

Bijay Prusty

Tragedy

3  

Bijay Prusty

Tragedy

ବ୍ୟଥିତ ପ୍ରାଣର ସ୍ୱର

ବ୍ୟଥିତ ପ୍ରାଣର ସ୍ୱର

1 min
163

ମୁଁ ଯେ ବରଷାର ବେସୁରା ବିତାନ

ଡେଣାହରା ପ୍ରଜାପତି

ଅସହାୟ ମୋର ଆଖିର ଚାହାଣୀ

ଭରସା ବିହୀନ ଛାତି I


ବେଦରଦୀ ତୁମେ ପାଷାଣ ପ୍ରତିମା

ଅନ୍ଧାରେ ଅନ୍ଧାର ରାତି

ନିରବ ହୁଏ ମୁଁ ତୁମେ ସାଜ ଯେବେ

କପଟପଶାର ଗୋଟି I


ତୁମ ଆଖି ତଳେ ଫଗୁଣର ରଙ୍ଗ

ମୋ ଆଖିରେ ଘନକଳା

ତୁମେ ଖୋଜ ସଖୀ ଫୁଲର ସହର

ମୁଁ ଖୋଜେ ବିଦାୟ ବେଳା I


ସୀମାହୀନ ମୋର ଯାତ୍ରା ପଥରେ

ତୁମେ ମୁଣ୍ଡଫଟା ଖରା

ବେଦନାରେ ଭରା ଆଖିରୁ ମୋହର

ଝରେ ଶ୍ରାବଣର ଧାରା I


ତୁମ ଅଧରରେ ଫୁଲେଇ ଫୁଲର

ଅନ୍ତହୀନ ଅଭିଯୋଗ

ବରଷା ରାତିର ନିସ୍ତବ ପ୍ରହରେ

ମୋ ଆଖିରେ ଭରା ମେଘ I


ମୋ ମନ ତଳର ଟାଙ୍ଗର ଭୂଇଁରେ

ତୁମେ କୋଇଲିର କୁହୁ

ସପନ ବିଳାସୀ ମନଟେ ମୁଁ ସଖୀ

ଲୁହ ମୋ ପାଲଟେ ଲହୁ I



Rate this content
Log in

Similar oriya poem from Tragedy