ବୟସର ସାୟାହ୍ନ
ବୟସର ସାୟାହ୍ନ
ଯେଉଁ ପୁଅକୁ ଭରସା କଲି
ସିଏ କରିଦେଲା ପର
ମନର ଦରଦ କାହାକୁ କହିବି
କିଏ ଏଠି ନାହିଁ ମୋର ।।
ପର କରିଦେଲା ଦେଲା ପୁଅଟା ମୋର
ନୂଆବୋହୁ ଟିଏ ପାଇ
କିଛି ମାଗିନାହିଁ ମଲାବେଳେ ଖାଲି
ମୁଖାଅଗ୍ନି ଦେବ ଯାଇ ।।
ଏଇ ବୋଧେ ମୋର ଭାଗ୍ୟର ଫଳ
ଘଟୁଛି ଜୀବନେ ଏକା
କପାଳ ଲିଖନ କେ କରିବ ଆନ
ଯାହା ଅଛି ମୋର ଲେଖା ।।
ଏକା ତ ଆସିଛି ଯିବି ଏକା ଏକା
କିଏ ହେବ ମତେ ସାହା
କର୍ମ କଲେସିନା ପେଟ ମୋ ପୁରିବ
ଚାଲୁଥିଲେ ଚଉବାହା ।।
