STORYMIRROR

DEEPAK KUMAR PATRA

Tragedy

2  

DEEPAK KUMAR PATRA

Tragedy

ବୟସର ସାୟାହ୍ନ

ବୟସର ସାୟାହ୍ନ

1 min
124

ଯେଉଁ ପୁଅକୁ ଭରସା କଲି

ସିଏ କରିଦେଲା ପର

ମନର ଦରଦ କାହାକୁ କହିବି

କିଏ ଏଠି ନାହିଁ ମୋର ।।

ପର କରିଦେଲା ଦେଲା ପୁଅଟା ମୋର

ନୂଆବୋହୁ ଟିଏ ପାଇ

କିଛି ମାଗିନାହିଁ ମଲାବେଳେ ଖାଲି

ମୁଖାଅଗ୍ନି ଦେବ ଯାଇ ।।

ଏଇ ବୋଧେ ମୋର ଭାଗ୍ୟର ଫଳ

ଘଟୁଛି ଜୀବନେ ଏକା

କପାଳ ଲିଖନ କେ କରିବ ଆନ

ଯାହା ଅଛି ମୋର ଲେଖା ।।

ଏକା ତ ଆସିଛି ଯିବି ଏକା ଏକା

କିଏ ହେବ ମତେ ସାହା

କର୍ମ କଲେସିନା ପେଟ ମୋ ପୁରିବ

ଚାଲୁଥିଲେ ଚଉବାହା ।।

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy