Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତାରାପ୍ରସାଦ ଜେନା

Abstract

2  

ତାରାପ୍ରସାଦ ଜେନା

Abstract

ବୟସର ଚଢ଼େଇ ତୁ ହୋଇଲୁ ବଡ଼

ବୟସର ଚଢ଼େଇ ତୁ ହୋଇଲୁ ବଡ଼

1 min
114



ବୟସର ଚଢ଼େଇ ତୁ ହୋଇଲୁ ବଡ଼

ଡେଣା ଝାଡ଼ି ଚାଲିଯାଆ ଖୋଜିବୁ ନୀଡ଼ 

ବୟସର ଚଢ଼େଇ ତୁ ହୋଇଲୁ ବଡ଼ ! ୦ !


ସ୍ବାର୍ଥପର ପବନଟା ରହିଛି ଏଠି

ମିଛେ ଖାଲି ଦେଖାଉଛି ପୁରୁଣା ଚିଠି

ଶୁଣେନାହିଁ ସେଇକଥା ଆସୁଛି ଝଡ଼

ବୟସର ଚଢ଼େଇ ତୁ ହୋଇଲୁ ବଡ଼ ! ୧ !


ନିଜ ପାଇଁ ନିଜେ ଭାବି କାଟିଦେ ବେଳ

ସମୟର ପଡ଼ିଆରେ ଚାଲିଛି ଖେଳ

ସହିଯାରେ ଦିନେ ଅଧେ ଅବୁଝା ତୋଡ଼

ବୟସର ଚଢ଼େଇ ତୁ ହୋଇଲୁ ବଡ଼ ! ୨ !


ସୁଖ ଗୀତ ଦିନେ ହେଲେ ଦେବୁ ତୁ ରାବ

ଖୁସି ଫୁଲ ଫୁଟୁଥିବ ବାସନା ଭାବ

ବଦଳିବ ସକାଳଟା ନୂତନ ମୋଡ଼

ବୟସର ଚଢ଼େଇ ତୁ ହୋଇଲୁ ବଡ଼ ! ୩ !



Rate this content
Log in

Similar oriya poem from Abstract