STORYMIRROR

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ବ୍ୟଙ୍ଗ କବିତା: ଗୁପ୍ତକଥା

ବ୍ୟଙ୍ଗ କବିତା: ଗୁପ୍ତକଥା

1 min
164


ଗୁପ୍ତକଥା ପଦେ କହିବି ଭାଇରେ- କାହାକୁ କହିବୁ ନାହିଁ,

ନ ମାନିବୁ ଯଦି ଭାରି ଅସୁବିଧା ପରେ ପସ୍ତେଇବୁ ତୁହି | 


ବୟସ କାହାର ସତୁରି ହେଲେବି ବୟସ୍କ କହିବୁ ନାହିଁ,

ଦାନ୍ତ ନଥିଲେ ବି ମହିଳାଙ୍କୁ ଦେଖି ମାଉସୀ ଡାକିବୁ ନାହିଁ |


ବୟସ କାହାକୁ ପଚାରିବୁ ନାହିଁ କହିବେ ନିଶ୍ଚୟ ମିଛ,

ଅସଲ ଚୋରକୁ ଚୋର କହିବାକୁ ବିଚାରିବୁ ଆଗ-ପଛ |


ସୁନ୍ଦରୀଙ୍କୁ ଦେଖି କେବେ କହିବୁନି ସୁନ୍ଦର ଦିଶୁଛ ତମେ,

ଅସୁନ୍ଦରୀ ଥିଲେ ସମ୍ଭାଳି ନେବ ସେ ଖୁସିହେବ ମନେମନେ |


ନିଜକାମ ନିଜ ହାତରେ କଲେ ବି ଏ'କଥା କହିବୁ ନାହିଁ, 

ଅଳପ ଧନରେ ଘର ମୁଁ ଚଳାଏ ବିଶ୍ୱାସ କରେନା କେହି | |


କୃପଣ ଉପାଧି ଦେଇ କହିଦେବେ କଅଣ ନେଇକି ଯିବୁ ?

ସୁଖ ଭୋଗ କର ଏଇ ସଂସାରରେ ଯେତେଦିନ ରହିଥିବୁ |



Rate this content
Log in

Similar oriya poem from Classics