STORYMIRROR

Anam Charan Sahoo

Inspirational

4  

Anam Charan Sahoo

Inspirational

ବ୍ୟାୟାମ

ବ୍ୟାୟାମ

1 min
384


ଜୀବନେ ଆମର ହେଲେ ବ୍ୟତିକ୍ରମ

ସୃଷ୍ଟି ହୁଏ ନାନା ରୋଗ

ଧନ ଥାଇ ମନ ବଡ ହୀନିମାନ

କଷ୍ଟ ହୁଏ ବହୁ ଭୋଗ।

ବ୍ୟାୟାମ କରିବା ଦେହ ପାଇଁ ହିତ

ଅଟେ ଆମ ମିତ ସେହି

ରହିବା ନୀରୋଗ କରୁଥିଲେ ଯୋଗ

ଭୁଲିବା ନାହିଁଟି କେହି।

ସକାଳ ବୁଲାରେ ଫୁର୍ତ୍ତି ଲାଗିଥାଏ

ହାଲୁକା ଲାଗଇ ମନ

ଆନନ୍ଦରେ ବିତେ ସମୟ ଆମର

ଜଣା ପଡେନାହିଁ ଦିନ।

ସୂରୁଜ ଦେବଙ୍କୁ ଜଳଦାନ ଠାରୁ

ରାତ୍ରିର ଶୟନ ଯାଏଁ

କର୍ମ କରୁଥିଲେ ଯୋଗ ଚାଲିଥାଏ

ସହଜ ଆପଣା ଛାଏଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational