STORYMIRROR

Sasmita Choudhury

Tragedy

4  

Sasmita Choudhury

Tragedy

ବ୍ୟାଘ୍ର ଜଣାଣ

ବ୍ୟାଘ୍ର ଜଣାଣ

1 min
293


ମାମୁଁ ତ ଡାକନ୍ତି 

କେହି କେବେ ମୋର

ପାଖ ତ ମାଡନ୍ତି ନାହିଁ, 

ଏଡେ ଅକିଞ୍ଚନ 

ଜୀବନଟିଏ ମୁଁ 

କେମିତି ବଞ୍ଚିଛି ସାଇଁ? 


କେତେ ହରକତ 

ଶିକାରଟେ ଲାଗି 

ଉପାସ ଭୋକରେ ଥାଇ, 

ପେଟ ପୋଡିଗଲେ

ଶିକାର କରୁଛି

କି ପାପ କଲି ମୁଁ ସାଇଁ? 


ଶୌର୍ଯ୍ଯ, ବୀର୍ଯ୍ୟର

ପ୍ରତୀକ ମାନନ୍ତି 

ଜାତୀୟ ପଶୁଟି ମୁହିଁ, 

ଜଙ୍ଗଲ କାଟି 

ମଣିଷ ପୂରାଏ

(ମୋତେ) ଚିଡ଼ିଆଖାନାରେ ନେଇ। 


କଉଶଳେ ବାନ୍ଧି 

ନଚାଏ ମଣିଷ

ସର୍କସ ଖୁଆଡେ ନେଇ, 

ଏଡେ ଅକିଞ୍ଚନ 

ଜୀବନଟେ ଦେଲ

କେମିତି ବଞ୍ଚିବି ସାଇଁ? 


(ମୋ) ଘର ଉଜାଡିଲା

ମଣିଷ ବାପୁଡା

ଗାଁ ରେ ପଶିଲି ଯାଇ, 

ସ୍ବଭାବରେ ମୋତେ 

ତୁମେ ହିଁ ଜନମୁଁ

ହିଂସ୍ର କରିଛ ସାଇଁ। 


ଜଙ୍ଗଲ ରାଜା ମୁଁ

ସ୍ବାଧୀନ ଜୀବନ 

ମୋ'ଠାରୁ ଛଡେଇ ନେଇ, 

କି ସୁଖ ମୁଁ ପାଏ

ଶୁଣି ଶୁଣି ଯେତେ 

ମିଛ ଡିଣ୍ଡିମ ସେହି? 


ଶିମିଳିପାଳରୁ

କାହ୍ନା, କରବେଟ୍

ଜାତୀୟ ଉଦ୍ୟାନ ଯାଇ

ଦେଖିଆସ ଥରେ 

କେଡେ ଅକିଞ୍ଚନ 

ଜୀବନ ବଞ୍ଚେ ମୁଁ ସାଇଁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy