Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Dash

Classics Inspirational Children

3  

Anita Dash

Classics Inspirational Children

ବଉଳାର ଉପାଖ୍ୟାନ

ବଉଳାର ଉପାଖ୍ୟାନ

1 min
182


ଦ୍ୱାପର ଯୁଗର କିମ୍ବଦନ୍ତୀ କଥା

"ବଉଳାର ଉପାଖ୍ୟାନ",

ବାଲ୍ୟ କାଳେ ଜେଜେମାଆ ଠାରୁ ଶୁଣି

ଭଳି ଯାଇଥିଲା ମନ । [୧]


କାଞ୍ଚି ରାଇଜର ବିରଂଚି ପୁରରେ

ବଣିକସେ ଧନେଶ୍ୱର ,

ଗାଈଟିଏ ପୋଷି ରଖିଥିଲେ ପାଶେ

ବଉଳା ନାମଟି ତାର । [୨]


କଅଁଳା ଛୁଆକୁ ଘରେ ଛାଡି ଦିନେ

କାନନେ ଆହାର ପାଇଁ ,

ତୃଣ ଖାଇ ଫେରୁ ଫେରୁ ପଡିଥିଲା

ବ୍ୟାଘ୍ରର ହାବୁଡେ ଯାଇ । [୩]


"ବୃଦ୍ଧ ବୟସରେ ଶିକାର ପାଉନି

ସାତଦିନ ଉପବାସ,

ପିଣ୍ଡ-ପ୍ରାଣ ରକ୍ଷା ହୋଇଯିବ ଏବେ

ତତେ ମୁ କରିବି ଗ୍ରାସ"। [୪]


ବିକଳେ କହିଲା ଗୋମାତା," ମୋହର

ଚାରି ଦିନର ନନ୍ଦନ,

ଦୁଗ୍ଧ ଦେଇ ତାକୁ ଫେରି ମୁଁ ଆସିବି

ଘେନା କର ମୋ ବଚନ"। [୫]


"ହସି କହେ ବ୍ୟାଘ୍ର, "ଭଣ୍ଡୁଅଛୁ ମତେ

ଫେରିବୁ ଘରକୁ ଯାଇ,

ମରଣଠୁ ଧାଇଁ, ମରଣ ପାଖକୁ

ଶିକାରକି ଫେରିଥାଇ" ? [୬]


"ତ୍ରିବାର ଶପଥ କରି ସତ୍ୟ ରକ୍ଷା

କରି ନପାରିଲେ ମୁହିଁ ,

ଘୋର ପାପ ବଳେ କୁମ୍ଭୀପାକ ନର୍କ-

କୁଣ୍ଡରେ ପଡିବି ଯାଇ" । [୭]


ଶୁଣି ବଉଳାର ନିରୀହ ମୁହଁରୁ

ସତ୍ୟର ଗୁରୁ ବଚନ,

ବିଶ୍ୱାସର ବଶ ହୋଇ ବ୍ୟାଘ୍ର କହେ

"ଯାଇ ଫେରିଆ ବହନ"। [୮]


ଵାଳ ମୁଖେ ସତ ଚୁମ୍ବନ ଦେଇ

ପାନ କରାଇ ଗୋରସ,

ସନ୍ତାପିତ ପ୍ରାଣେ ଲୁହ ଢାଳି ଢାଳି

ଆପଣାକୁ କଲା ବାସ। [୯]


"ରଂକୁଣି ନିଧି ମୋ ଜୀବନର ଧନ

ଧର୍ଯ୍ୟହରା ହେବୁ ନାହିଁ,

ତୁମ୍ଭ ପାଦେ ଅଳି ସଂଖାଳିକୁ ସାହା

ହେଉଥିବ ଭାବଗ୍ରାହୀ"। [୧୦]


ସତ୍ୟ ପାଳି ସୂର୍ଯ୍ୟ ଚନ୍ଦ୍ର ଆତଯାତ

ସିନ୍ଧୁ ଲଙ୍ଘେ ନାହିଁ ତୀର ,

ସତ୍ୟ ରକ୍ଷା କରି ବଉଳା ହୋଇଲା

ବ୍ୟାଘ୍ର ସମ୍ମୁଖେ ହାଜ଼ର । [୧୧]


ଦେବରାଜଙ୍କର ଆସନ ଟଳିଲା,

ସତ୍ୟ ଜାଣି ଭାବଗ୍ରାହୀ,

ବ୍ୟାଘ୍ର ହୃଦେ ରହି କରୁଣାର ଭାଷା

ତା ମୁଖେ ଦେଲେ କୁହାଇ। [୧୨]


"ଧନ୍ୟଲୋ ବଉଳା! ତୋର ଆଦରଶ

ରହିଥିବ ଜନ୍ମ ଜନ୍ମ,

ସତ୍ୟ ପାଳି ପ୍ରାଣ ଦାନ ପାଇଗଲୁ,

ସୁଖରେ କଟୁ ତୋ ଦିନ"। [୧୩]


ପଶୁଟିଏ ଯଦି ସତ୍ୟ ରକ୍ଷା ପାଇଁ

ଜୀବନ ଚାହିଁଲା ନାହିଁ ,

କ୍ଷୁଦ୍ର ଆଶା ପୂର୍ତ୍ତି ପାଇଁ ନର କିମ୍ପା

ଅସତ୍ୟକୁ ଡରେ ନାହିଁ? [୧୪]


Rate this content
Log in

Similar oriya poem from Classics