Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bharatabandhu Biswal

Tragedy Inspirational

4  

Bharatabandhu Biswal

Tragedy Inspirational

ବଉଳା

ବଉଳା

1 min
373


ସତ୍ୟକୁ ଅକ୍ଷର ଅକ୍ଷର ପାଳି 

ବଞ୍ଚିବାକୁ ଚାହୁଁଛି ବଉଳା ।


ବିଚରା ଗାଈ ହେଉ କି ମଣିଷ

ଗପ ହେଉ ବା ସତ,

ଘନଘୋର ଜଙ୍ଗଲ ଭିତରେ ଜୀଇବା ଦୁଷ୍କର

ସବୁବେଳେ ହିଂସ୍ର ପଶୁ ଭୟ,

ତଥାପି ବଞ୍ଚିବାକୁ ରାହାଟିକେ ସାହାଟିକେ

ଖୋଜୁଛି ଜୀବନ

ସତ୍ୟ ଧର୍ମ ଲଭୁଛି ବିଜୟ ।


ସହଜ ସରଳ ଆଉ ମୁକ୍ତ ସେତେ ବେଶୀ ନୁହଁ      

ଘରଖୁଣ୍ଟ ସ୍ୱଚ୍ଛନ୍ଦତା ପାଣି ଓ ପବନ,

ମଣିଷ ବି  କମ୍ ନୁହେଁ ଏଠି ଭୟଙ୍କର,

ମନ ତା ଜଙ୍ଗଲ ଘନ ପଙ୍କ ଦଳ ପରିପୂର୍ଣ୍ଣ      

ସରୋବର ଅବ୍ୟାପାର ଲୋଭ ମୋହ      

କପଟତା ସ୍ୱ।ର୍ଥ ।

କେଉଁଠି ଗଦର୍ଭ କରେ ଚାରିବେଦ ପାଠ

କେଉଁଠି ବା ବ୍ୟାଘ୍ର ବୃଦ୍ଧ ସାଧୁବେଶେ

ପ୍ରଦର୍ଶୁଛି କଙ୍କଣ ସୁବର୍ଣ୍ଣ,

ଗ୍ରାମ ପୁର ପରିବାରେ ହୁଙ୍କାରନ୍ତି

କ୍ଷୁଧିତ ଶାର୍ଦ୍ଦୂଳ

ବଞ୍ଚିବାଟା ଭାରି ଦୁର୍ବିସହ ।


ସନ୍ତାପିତ ବଉଳା ବହୁତ,

କେଉଁ ଘାଟେ ନିରାପଦେ ମେଣ୍ଟିବ ତା ଶୋଷ,  

ଭେଟଭୋଟେ ହସିବ ସୁନା ସଂସାର

ପୂରିବ ତା ଚାଖଣ୍ଡକ ପେଟ,

ସତରଖି ସ୍ୱଚ୍ଛନ୍ଦେ ପାରିବ ଜୀଇଁ

ସତ୍ୟ ପଥ ହୋଇବ ଉନ୍ମୁକ୍ତ ??


   -------


Rate this content
Log in