ବୁଝିବ କିଏ ସେ ମାୟା
ବୁଝିବ କିଏ ସେ ମାୟା
ରାଗ:- ବଙ୍ଗଳା ଶ୍ରୀ
ନାମ ମାୟାଧର ଧରିଛୁ କାଳିଆ
ବୁଝିବ କିଏ ସେ ମାୟା
କାହାକୁ ଗଢିଛୁ କେଉଁ ଜ୍ଞାନ ଦେଇ
କାହାର ମିଥ୍ୟାର କାୟା !!
କୁହେ ଜ୍ଞାନୀ ହୋଇ ମିଥ୍ୟା ହିଁ ସର୍ବଦା
ହେଲେ କି ହେବ ଶିକ୍ଷିତ
ଗୃହ ଟି ତାହାର ରୁହେ ଅଶାନ୍ତିରେ
ରୁହେସେ ସଦା ଚିନ୍ତିତ !!
ମାନ ଓ ସମ୍ମାନ ହୁଏ ଟି ଧୂଳିଆ
ଲକ୍ଷ୍ମୀଙ୍କ ନଜର ନାହିଁ
ବୃଦ୍ଧ ପାପ ମାଆ ଚିନ୍ତାରେ ସର୍ବଦା
ପତ୍ନୀ ତା ଚିନ୍ତାରେ ତହିଁ !!
କେହୁ କରୁଅଛି ଦୁର୍ନୀତି ସର୍ବଦା
କରୁଅଛି ଭ୍ରଷ୍ଟାଚାର
ପାପ କର୍ମେ ପଡ଼ି କରେ ଜୀବ ହତ୍ୟା
ନକରେ ତିଳେ ବିଚାର !!
ମନୁଷ୍ୟ କର୍ତ୍ତବ୍ୟ ବୁଝେ ଟି ମାନବ
ଅସତ୍ୟ କର୍ମରେ ନିତି
ନାରୀ ନିର୍ଯାତନା ଦିଏ ସେ ଯନ୍ତ୍ରଣା
ତହିଁରେ ଚିନ୍ତିତ ଅତି !!
ନାହିଁ ନାରୀ ମଧ୍ୟେ ଗୁରୁଜନ ପ୍ରେମ
ନାହିଁ ସ୍ବାମୀ ପ୍ରତି ଭକ୍ତି
କିପରି ଏ ମାୟା କୁହ ଜଗନ୍ନାଥ
କାହିଁ ରାଷ୍ଟ୍ରେ ତାର ପ୍ରୀତି !!
ପଡ଼ି ରହି ଅଛି ପାପର ପଙ୍କରେ
ଦେଖୁଛୁ କାଳିଆ ନିତି
କିପରି କହିବା ମନୁଷ୍ୟର ଦୋଷ
ସୃଷ୍ଟିର କରିଛୁ ନୀତି !!
କିଏ ବା ବୁଝିବ ତୋହରି ମରମ
ଅଜ୍ଞାନୀ ଭକ୍ତ ମୁଁ ତୋର
ଅର୍ପଣ କରିଛି ସବୁ ତୋ ଚରଣେ
କୃପାସିନ୍ଧୁ କୃଷ୍ଣ କର !!
ଜ୍ଞାନର ସାଗର ଦୁର୍ଯୋଧନ ବୀର
ଯାରେ ବିଦ୍ୟମାନ ଲକ୍ଷ୍ମୀ
ଭାଇଙ୍କ ଭଗାରି ହେଲା କର୍ମ ବୋଳୁ
ରହିଛି ସକ୍ଷାତେ ସାକ୍ଷୀ !!
ଦୃଷ୍ଟ ଦୁର୍ଯୋଧନ ସଂସାର କହିଲା
ଅହଂକାରୀ ଦୁରାଚାରୀ
ହୃଦୟରେ ଯାର ଅଗାଧ ମମତା
କଲୁ କୁମାତାରେ ସରି !!
ତୋର ପ୍ରତି ଥିଲା ପ୍ରେମ ଓ ମମତା
ପରା ସେ କୈକେୟୀ ମାତା
ନିଜର ଉଦେଶ୍ୟ ପୂରଣ ନିମନ୍ତେ
କରିଲୁ ପ୍ରଭୁ କୁମାତା !!
ସବୁତ କରାଉ ହେ ଚକାନୟନ
ମନୁଷ୍ୟର ଦୋଷ କାହିଁ
ମଣିମା ମଣିମା ଗୁଞ୍ଜେ ପୁରୀଧାମେ
ମାୟା ବୁଝି ହୁଏ ନାହିଁ !