STORYMIRROR

baishnaba meher

Tragedy

2  

baishnaba meher

Tragedy

ବୁଝେଇ ଦିଅନି ଆଲୁଅ

ବୁଝେଇ ଦିଅନି ଆଲୁଅ

1 min
6.3K


ବୁଝେଇ ଦିଅନି ଆଲୁଅ,

ଅନ୍ଧାରକୁ ଡର ଲାଗେ,

ଗହିର ମାୟାବିନି ରାତିର,

କୁସ୍ବପ୍ନକୁ ଡର ଲାଗେ l


ବୁଝେଇ ଦିଅନି ଆଲୁଅ,

କାଳେ ମୁଁ ବନ୍ଚିବିନି,

ନର ରୁପି ରାଖ୍ଯସ,

ମୋ ଇଜ୍ଜତକୁ ଛାଡିବନି l


ବୁଝେଇ ଦିଅନି ଆଲୁଅ,

ମୁହୂର୍ତ୍ତେ ବନ୍ଚିବାକୁ ଦିଅ,

ନିଃଶହାୟା ହେଇପାରେ ମୁଁ,

ତଥାପି...

ମାଗେ ଜୀବନ ଭିକ l


ବୁଝେଇ ଦିଅନି ଆଲୁଅ,

ଏତିକି ନେହୁରା ମୋର,

ବାପଛେଉଣ୍ଡ ପୁଅ ପାଇଁ,

ମୋତେ ବନ୍ଚିବାକୁ ଦିଅ l


ବୁଝେଇ ଦିଅନି ଆଲୁଅ,

ଅନ୍ଧାରକୁ ଭୟ ତାର,

କୁଲିମଜୁରି ଅବା ଭିକମାଗି,

କରିବି ତା ଖ୍ଯୁଦା ଦୁର l


ବୈଷ୍ଣବ ମେହେର

ଗଣ୍ଡାବାହାଲି

ନୂଆପଡା


Rate this content
Log in

Similar oriya poem from Tragedy