ବୁଝାମଣା
ବୁଝାମଣା
ସତରେ ବୁଝାମଣା
ତୁ ଥିଲେ ଚନ୍ଦନ ଚନ୍ଦନ ବାସେ
ଘର ଓ ଅଗଣା,
ମନ ଓ ହୃଦୟ ନାଚେ ସତେ
କୁଳୁକୁଳୁ ବହି ଯାଉଥିବା ସୁନେଲୀ ଝରଣା
ହେଉ ସମାଜ ରାଜ୍ୟ ଅବା ଦେଶ
ତୁ ଯଦି ହାତ ଧରିନେବୁ
ବାଧା ବନ୍ଧନ କାଟି କେହି ନହେବେ ବାଟବଣା
ହେଉ ରାଜନୀତି ଛାଡି ପ୍ରିୟାପ୍ରୀତି
ସଭିଏଁ ଗାଇବେ ପ୍ରଭୁଙ୍କ ଗୀତ ପାଇବେ କରୁଣା
ରାମରାଜ୍ୟ ଦେଖାଉ ତୁ ବୁଝାମଣା
ପ୍ରତ୍ୟକ ଅନ୍ତର ଭିତରେ ତୁ ଥିଲେ ଶାଶ୍ୱତ ଝରଣା
ତୁ ମୁଁ ସେ ବାଡ଼ଛେଦ କଟକଣା
ଦୂରେଇ ସଭିଏଁ କରିବେ ନିର୍ମଳ ମନ୍ତ୍ରଣା
ସେଥିରେ ଥିବ ଓଁ ଆଉ ଓଁ ର କଳଗାଉଣା
ସଭିଏଁ ବଢିବା ସଭିଏଁ ପଢିବା
ଦେଶ ଜାତିର ପାଇ ପ୍ରକୃତ ଠିକଣା
ବୁଝାମଣା ବହୁଥାଉ ହୃଦୟରେ ସ୍ବର୍ଗୀୟ ନିପୁଣା
ଶାନ୍ତି ପ୍ରିତୀ ମୈତ୍ରୀ ଓ ସଦ୍ଭାବନା ର ଶୃଙ୍ଖଳା
କଳିଯୁଗ ର ଶ୍ରେଷ୍ଠ ଅସ୍ତ୍ର ତୁ ବୁଝାମଣା l
