Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Tragedy Action Crime

4  

Bharatabandhu Biswal

Tragedy Action Crime

ବୁଝାମଣା

ବୁଝାମଣା

1 min
379



ବୁଝିଗଲେ କଥା   ମାନିଯାଏ ମନ

    ହୋଇଯାଏ ବୁଝାମଣା

ହେଲେ ଅମାନିଆ   ବଢ଼ଇ ଶତ୍ରୁତା

     କଳି କାଢେ ବୁଝାବଣା ।


ପରସ୍ପର ସ୍ୱାର୍ଥ    ଚିନ୍ତାକରି ହିତ

     ଆଲୋଚନା ଶ୍ରେୟସ୍କର

ମଧ୍ୟସ୍ଥ ବିଚାର    ଉପସ୍ଥିତି କିଛି

      ଉପୁଯାଏ ସୁନିଷ୍କର୍ଷ ।


ଗ୍ରାମବାସୀ ପ୍ରାୟ  ଡାକି ଭଦ୍ରଲୋକ

      ଗୁହାରନ୍ତି ଅଭିଯୋଗ

ବସି ଗ୍ରାମସଭା    ପଞ୍ଚୁଆତି ଚାଲେ

     ତ୍ୱରିତେ ମିଳଇ ନ୍ୟାୟ ।


ଜଟିଳ ପ୍ରକ୍ରିୟା   ନ୍ୟାୟିକ ବ୍ୟବସ୍ଥା

     ହୋଇଥାଏ ବିଳମ୍ବିତ

ମରିହଜି ଯାନ୍ତି    ମୁଦାଲା ମୁଦେଇ

      ହୁଏନି କାହାର ହିତ ।


ବେଢିର ଉପରେ   କୋରଡାର ମାଡ଼

      ସହିଥାଏ ମହକିଲ

ନ୍ୟାୟର ନାମରେ  ଚାଲେ ଅବ୍ୟାପାର

      ଶୋଷଇ ଅର୍ଥ ଓକିଲ ।


ଉଚ୍ଚାସନ ମାଡି    ବସିଥାନ୍ତି ଜ୍ଞାନୀ

       ଆମର ବିଚାରପତି

ଧନମାନ ହାନି    ଗାଳି ମାଡ ସହି

      ଲାଗଇ ଦୁଖଃ କାକୁତି ।


ଲାଗେ ଅପହଞ୍ଚ   ପରିଣାମହୀନ

      ଦୁରୂହ ବ୍ୟୟବହୁଳ

ଦିଶେ ଭାରି ନାଲି  ବୁଝାବଣା କଳା

      ମହାକାଳ ଗଛ ଫଳ ।


ସମ୍ମାନର ଯୋଗ୍ୟ   ସାଧୁ ଓ ସଜ୍ଜନ

      ତା ହିତ ସାଧନ ଲକ୍ଷ୍ୟ

ହେଉ ପରିପୂର୍ତ୍ତି   ସମ୍ମତ୍ତିରେ ତାର

     ହିତକର ହେଉ ରାୟ ।

         


Rate this content
Log in

Similar oriya poem from Tragedy