STORYMIRROR

PURUSOTTAM NAYAK

Abstract

2  

PURUSOTTAM NAYAK

Abstract

ବୁଝାମଣା

ବୁଝାମଣା

1 min
163

ଜଗୁଆଳି ବସି ବୁଝାମଣା କରେ

  ମାରି ଜଙ୍ଗଲର ଗଛ

ଟଙ୍କା କେଇଟାରେ ବୃକ୍ଷ କଟାଯାଏ

    ସରକାରୀ ବାଡ଼ ମିଛ


ଦନେଇ ବୁଢାଟା ବୁଝେନା ଷଠତା

     ବିକି ଦିଏ ଛଅ ମାଣ

କନ୍ୟାରତ୍ନ ସାଥେ ଡାଉରୀ ଦିଏ ସେ

   ଭୋଗେ କେତେ ଯେ କଷଣ


ରୋଗରେ ପିଡିତ ବିଶିକେଷନ ଯେ

     ସୁସ୍ଥ ପାଇଁ ମୂଲଚାଲ

ଡାକ୍ତରର ପେଟ ନପୁରିବା ଯାଏ

     ବୁଡିପାରେ ମାଆକୋଳ


 ମନ୍ତ୍ରୀଙ୍କର ଆଗେ ଯନ୍ତ୍ରୀଙ୍କର ଶେଷେ

        ଠିକାଦାର ଭାଗ ଛିଡେ

ସଡ଼କ କାମରେ କଙ୍କ୍ରିଟ ବଦଳେ

       କୁଟାକାଠି ଯହିଁ ପଡେ


ସ୍ତ୍ରୀ ବୁଝେ ନାହିଁ ଭାଇ ବି ବୁଝେ ନି

       ବୁଢ଼ା ବାପର ଯେ ଦୁଃଖ

ଓଳିଏ ଏପାଖେ ଓଳିଏ ସେପାଖେ

     ମରେ ନାହିଁ ବାପ ଭୋକ


ଏ କି ବୁଝାମଣା କରୁଛି ଦୁନିଆଁ

    ସଂଶୟ ମନରେ ଆସେ

ଛ'ଖଣ୍ଡ କାଠକୁ ଚାଖଣ୍ଡେ ଜାଗା ର

    ଜୀବନ ଯାତ୍ରା ଯେ ଦିଶେ


ଫୁଙ୍ଗୁଳା କର ସେ ମନକୁ ତୁମର

     ବୁଝାମଣା ଦୂର ହେଉ

ସୁଖର ଲହରୀ ଛୁଇଁବ ଏପାରି

    ସତ୍ୟର ହିଁ ଜୟ ହେଉ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract