STORYMIRROR

Sambit Srikumar

Classics Inspirational Others

3  

Sambit Srikumar

Classics Inspirational Others

ବୁଦ୍ଧିଜୀବୀ

ବୁଦ୍ଧିଜୀବୀ

1 min
307


ହେ ଓଡ଼ିଆ ଜାତିର ମହାନାୟକ!

ତୁମ୍ଭେ ଜାତିର ତୁଙ୍ଗ କର୍ଣ୍ଣଧାର

ଭାଷା ସାହିତ୍ୟର ଅଗ୍ରଦୂତ ସାଧକ

ଜାତୀୟ ଅସ୍ମିତାର ମୂର୍ତ୍ତିମନ୍ତ ପ୍ରତୀକ

ବିଜ୍ଞ ବିଦ୍ଵାନ ପ୍ରଜ୍ଞାନ ବୁଦ୍ଧିଜୀବୀ

ଜୀବନ ତୁମ୍ଭର ଦ୍ୱେତ ମାପଦଣ୍ଡ

ତୁମ୍ଭର ଉଚ୍ଚାରଣ - ଆଚରଣରେ

ସ୍ବର୍ଗ - ନର୍କର ଅଲଂଘ୍ଯ ପ୍ରଭେଦ!!

ତୁମ୍ଭେ ଆନକୁ ଦିଅ ଗୁରୁମନ୍ତ୍ର ମହାମନ୍ତ୍ର

ଉପଦେଶେ ଆଦେଶେ ଅବା ଅନୁରୋଧେ

ଲେଖିବାକୁ ପଢିବାକୁ କହିବାକୁ ଜୀଇଁବାକୁ

ବିଶୁଦ୍ଧ ନିର୍ମଳ ନିରୁତା ମାତୃଭାଷା "ଓଡ଼ିଆ"

ବହୁ ଆଡ଼ମ୍ବରେ କର ଭାଷାର ସୁରକ୍ଷା

ପ୍ରଚାର ପ୍ରସାର ପାଇଁ ମୋଟା ଅଙ୍କର

ଦକ୍ଷିଣା ଅନୁଦାନ ଭତ୍ତା କର ଆତ୍ମସାତ!!

ବହୁଳ ପ୍ରସାରିତ ପ୍ରତିଷ୍ଠିତ ପତ୍ର ପତ୍ରିକାରେ

ଶୋଭା ପାଏ ତୁମ୍ଭର ରଂଗୀନ ଫଟୋଚିତ୍ର

ସମ୍ମିଳନୀ କର୍ମଶାଳା ପାଠଚକ୍ର ଆଳରେ

ତୁମ୍ଭେ ଭ୍ରମୁଥାଅ ବିଦେଶ ସରକାରୀ ଖର୍ଚ୍ଚରେ

ନିଜ ପିଲାଙ୍କୁ ପଢାଅ ସାହେବୀ ଢାଞ୍ଚାରେ

ପତିଆରା ପ୍ରଦର୍ଶନେ ଛାତିକୁ ଫୁଲାଇ

ବାଟ ଚାଲୁଥାଅ ତୁମ୍ଭେ ପ୍ରବଳ ଗର୍ବରେ!!

କହି ଦିଅ ତୁମ୍ଭେ ସଦା ପରକୁ

କିନ୍ତୁ ବୁଦ୍ଧି ଅଣ୍ଟେ ନାହିଁ ନିଜକୁ

ଶୁଷ୍କ ପ୍ରବଚନ ବିକି ବିକି ଆନକୁ

ବୋହୁଥାଅ ଧନ ସମ୍ପତ୍ତି ଘରକୁ

ବିଦେଶୀ ମୁଦ୍ରାର ଅମୁହାଁ ମୋହ

ଘୁରାଇ ଦିଏ ତୁମ୍ଭ ଚିନ୍ତା ଚେତନା

ମାତୃଭାଷା ସୁରକ୍ଷା ତ ମାତ୍ର ବାହାନା!!

ତୁମ୍ଭେ ଚିରକାଳ ଚାହଁ ଦେଖିବାକୁ ଆନକୁ 

ନିଷ୍ପେସିତ ଅବହେଳିତ ଭୂଲୁଣ୍ଠିତ ଭ୍ରମିତ

କରିବାକୁ ଚାହଁ ସଦା ଆଜ୍ଞାବହ ପଦାନତ

କାହାର ଉତ୍ଥାନ ତୁମ ପାଇଁ ଅସହ୍ଯ ପୀଡନ

ଭାଷା ସାହିତ୍ୟ ସଂସ୍କୃତି ପରମ୍ପରା ଅସ୍ମିତାର

ଗମ୍ଭୀର ଶବ୍ଦ ଜାଲେ ତୁମ୍ଭେ କର ବିଭ୍ରାନ୍ତ

ସମଗ୍ର ଜାତିର ସରଳ ନିଷ୍କପଟ ଜନମାନସ

ତହିଁ ମଧ୍ଯୁ ପାନ କର ଅମରତ୍ବର ପିୟୁଷ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics